ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଦୁର୍ନୀତି ଅଭିଯୋଗରେ ବରିଷ୍ଠ ଓ.ଏ.ଏସ୍‌ ଅଧିକାରୀ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁରର ପୂର୍ବତନ ସହକାରୀ ଉପ- ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କୁ ସରକାରୀ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବିଭିନ୍ନ ଦୁର୍ନୀତିରେ ଅଭିଯୋଗରେ ଜଡିତ ଥିବା କାରଣରୁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି ମୁଖ୍ୟମନ୍ତ୍ରୀ ସବୁବେଳେ ଏ କ୍ଷେତ୍ରରେ କଡା ପଦକ୍ଷେପ ନେଇଆସିଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀ ରାଉତଙ୍କ ନାଁରେ ୪ଟି ଦୁର୍ନୀତି ଅଭିଯୋଗ ସହିତ ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି । ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ୧୮୮ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଅଧିକାରୀ ମାନଙ୍କୁ କାର୍ଯ୍ୟରୁ ବହିଷ୍କାର, ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ସେମାନଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।

Leave A Reply

Your email address will not be published.