ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଦୁଇ ଦିନିଆ ବରଗଡ଼ ଗସ୍ତରେ ଫାଇଭ୍ ଟି ସଚିବ

0

ଭୁବନେଶ୍ବର: ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଦୁଇଦିନିଆ ବରଗଡ଼ ଗସ୍ତରେ । ଅତାବିରା ସରଣ୍ଡାରୁ ଗସ୍ତ ଆରମ୍ଭ କରିଛନ୍ତି ଫାଇଭ୍ ଟି ସଚିବ । ଦୁଇ ଦିନିଆ ଗସ୍ତ କାଳରେ ସେ ଜିଲ୍ଲାର ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ । ବିଭିନ୍ନ କାର୍ଯ୍ୟକାରୀ ପ୍ରକଳ୍ପ ସମେତ ଧର୍ମସ୍ଥଳୀ, ପର୍ଯ୍ୟଟନସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନ ବୁଲି କାର୍ଯ୍ୟର ସମୀକ୍ଷା କରିବେ ।

ଆଜି ବିଭିନ୍ନ କାର୍ଯ୍ୟକ୍ରମ ସରିବା ପରେ ଆସନ୍ତାକାଲି ସକାଳେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ । ଏହା ସହ ଗିରସୂଲ ଓ ଜିରା ନଦୀ କ୍ରସିଂ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସୋହେଲା ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ଫାଇଭ୍ ଟି ସଚିବ । ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ଉନ୍ନୟନ କାମର ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.