ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆରମ୍ଭ ହେଲା ନବ ଦାସ ହତ୍ୟା ମାମଲା ଶୁଣାଣି, ଝାରସୁଗୁଡାରେ ଗୋପାଳ

0


ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଶୁଣାଣି ଆଜିଠାରୁ ଆରମ୍ଭ ହେଉଛି। ଏଥିପାଇଁ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲରୁ ଆଣି ଝାରସୁଗୁଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। କଡ଼ା ସୁରକ୍ଷା ଭିତରେ ଗୋପାଳ ଦାସଙ୍କୁ ଝାରସୁଗୁଡା ନିଆଯାଇଛି। ପରେ ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ ଅଦାଲତକୁ ଅଣାଯାଇଛିl ଆଉ କିଛି ସମୟ ପରେ ଶୁଣାଣି ଆରମ୍ଭ ହେବ ବୋଲି ଜଣାପଡିଛିl ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ନବ ଦାସଙ୍କୁ ଅତି ନିକଟରୁ ଗୋପାଳ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଥିଲେ ସରକାର। ଗୋପାଳ ଏକମାତ୍ର ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ତାର ରିପୋର୍ଟ ଦାଖଲ କରିଛି। ଚୂଡାନ୍ତ ରିପୋର୍ଟକୁ ଏବେ ବି ଅପେକ୍ଷା ରହିଛି। ଏଭଳି ପରିସ୍ଥିତିରେ ଶୁଣାଣିର ଗୁରୁତ୍ବ ବଢ଼ିଯାଇଛି।

Leave A Reply

Your email address will not be published.