ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆରମ୍ଭ ହେଲା ନବ ଦାସ ହତ୍ୟା ମାମଲା ଶୁଣାଣି, ଝାରସୁଗୁଡାରେ ଗୋପାଳ

0


ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଶୁଣାଣି ଆଜିଠାରୁ ଆରମ୍ଭ ହେଉଛି। ଏଥିପାଇଁ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲରୁ ଆଣି ଝାରସୁଗୁଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। କଡ଼ା ସୁରକ୍ଷା ଭିତରେ ଗୋପାଳ ଦାସଙ୍କୁ ଝାରସୁଗୁଡା ନିଆଯାଇଛି। ପରେ ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ ଅଦାଲତକୁ ଅଣାଯାଇଛିl ଆଉ କିଛି ସମୟ ପରେ ଶୁଣାଣି ଆରମ୍ଭ ହେବ ବୋଲି ଜଣାପଡିଛିl ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ନବ ଦାସଙ୍କୁ ଅତି ନିକଟରୁ ଗୋପାଳ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଥିଲେ ସରକାର। ଗୋପାଳ ଏକମାତ୍ର ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ତାର ରିପୋର୍ଟ ଦାଖଲ କରିଛି। ଚୂଡାନ୍ତ ରିପୋର୍ଟକୁ ଏବେ ବି ଅପେକ୍ଷା ରହିଛି। ଏଭଳି ପରିସ୍ଥିତିରେ ଶୁଣାଣିର ଗୁରୁତ୍ବ ବଢ଼ିଯାଇଛି।

Leave A Reply

Your email address will not be published.