ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଇଏନ୍‌ଟି ପାଇଁ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା

0

ଭୁବନେଶ୍ୱର: ଜନସାଧାରଣଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଧାରା ଅବ୍ୟାହତ ରଖି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ମେ ଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା ବିଭାଗରେ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଏଣ୍ଡାସ୍କୋପି ଓ ଷ୍ଟ୍ରୋବୋସ୍କୋପି ଯବ ସ୍ଥାପନ କରାଯାଇଛି । ଏହି ଯବ ଦ୍ୱାରା କାନ, ନାକ ଓ ଗଳାରେ ସୃଷ୍ଟି ହେଉଥିବା କର୍କଟ ରୋଗର ଆଗୁଆ ଚିହ୍ନଟ ଓ ଚିକିତ୍ସା କରିହେବ ।

ଏହି ଅତ୍ୟାଧୁନିକ ଯବରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ରହିଛି ଯାହା ଦ୍ୱାରା ନାକରୁ ଶ୍ୱାସନଳୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପରୀକ୍ଷା କରିହେବ ବୋଲି ଇଏନ୍‌ଟି ବିଭାଗର ମୁଖ୍ୟ ତଥା ପ୍ରଫେସର (ଡାକ୍ତର) ସୋମ୍ୟ ରଞ୍ଜନ ଦାସ କହିଛନ୍ତି । ଏହି ନୂତନ ଯବ ଦ୍ୱାରା ଡାକ୍ତରମାନେ ନାକ, ଗଳା ଓ ବିଶେଷ ଭାବେ ଶ୍ୱାସନଳୀରେ ଦେଖା ଦେଉଥିବା ନିଃଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ସାଇନସର ରୋଗ, ନାକରୁ ରକ୍ତ ପଡ଼ିବା, ଅଲ୍‌ସର ଏବଂ ଟ୍ୟୁମରର ପରୀକ୍ଷଣ ଓ ଚିକିତ୍ସା ବହୁଳ ଭାବେ କରିପାରିବେ ବୋଲି ସେ କହିଛନ୍ତି । ଶବ୍ଦ ପ୍ରଦୂଷଣ, ଖାଦ୍ୟରେ କର୍କଟ ରୋଗ ସୃଷ୍ଟି କରୁଥିବା ପଦାର୍ଥ, ଧୂମ୍ରପାନ, ମଦ୍ୟପାନ ଓ ତମାଖୁ ସେବନ ଦ୍ୱାରା ବର୍ତମାନ ଅନେକ ଲୋକଙ୍କର ନାକ, ଗଳା ଏବଂ ସ୍ୱରପେଟିକା ଏବଂ ଶ୍ୱାସନଳୀରେ କର୍କଟ ସମସ୍ୟା ଦେଖାଦେଉଛି । ଏହି ଅତ୍ୟାଧୁନିକ ଯନ୍ତ୍ର ଦ୍ୱାରା କ୍ୟାନ୍ସରକୁ ଚିହ୍ନଟ କରାଯିବା ସହ ଉପଯୁକ୍ତ ଚିକିତ୍ସା କରାଯାଇ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ଡାକ୍ତର ଦାସ କହିଛନ୍ତି ।

ଏଥି ସହିତ ଷ୍ଟ୍ରୋବୋସ୍କୋପି ଦ୍ୱାରା ରୋଗୀର ସ୍ୱରଯବରେ ଥିବା କ୍ୟାନ୍ସରକୁ ମଧ୍ୟ ଶୀଘ୍ର ଚିହ୍ନଟ କରିହେଉଛି ଯାହାକି ପୂର୍ବରୁ ସମ୍ଭବ ହେଉ ନଥିଲା ବୋଲି ସେ କହିଛନ୍ତି । ପୂର୍ବରୁ ହେଉଥିବା ଏଣ୍ଡୋସ୍କୋପିରେ ରୋଗୀ ଅସୁବିଧା ଅନୁଭବ କରୁଥିବା ବେଳେ ଏହି ଅତ୍ୟାଧୁନିକ ଏଣ୍ଡୋସ୍କୋପି ଦ୍ୱରା ରୋଗୀ ସହଜରେ ଏହି ପରୀକ୍ଷାକୁ ଗ୍ରହଣ କରିପାରୁଛନ୍ତି । ବିଶେଷ ଭାବରେ ଶିଶୁମାନଙ୍କର ସ୍ୱର ଏବଂ ନିଃଶ୍ୱାସ ନେବାରେ ସମସ୍ୟା କ୍ଷେତ୍ରରେ ଏହି ଏଣ୍ଡୋସ୍କୋପି ସୁବିଧାଜନକ ବୋଲି ଡାକ୍ତର ଦାସ କହିଛନ୍ତି ।

ଏହି ଅତ୍ୟାଧୁନିକ ଯବର ଉଦ୍‌ଘାଟନୀ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ ଡିନ୍ ପ୍ରଫେସର ଅଜୟ ଜେନା, ଇଏନ୍‌ଟି ବିଭାଗର ମୁଖ୍ୟ ତଥା ପ୍ରଫେସର (ଡାକ୍ତର) ସୋମ୍ୟ ରଞ୍ଜନ ଦାସ ଓ ପ୍ରଫେସର ସନ୍ତୋଷ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.