ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୋଆ ଦେଲା ଖଣ୍ଡଗିରି ଥାନାକୁ ଏକ ବୋଲେରୋ ନିଓ ଗାଡ଼ି

0
  • ଆଇନ୍ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସକୁ ସୋଆର ସହଯୋଗ
  • ଖଣ୍ଡଗିରି ଥାନାକୁ ବୋଲେରୋ ପ୍ରଦାନ

ଭୁବନେଶ୍ୱର: ଆଇନ୍ ଶୃଙ୍ଖଳା ପରିସ୍ଥିତି ତଥା ଅପରାଧ ନିୟନ୍ତ୍ରଣ ନିମନ୍ତେ କମିଶନରେଟ ପୋଲିସ୍ ପ୍ରତି ସହଯୋଗର ହାତ ବଢ଼ାଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଏଥି ପାଇଁ ସୋଆ ପକ୍ଷରୁ ଖଣ୍ଡଗିରି ଥାନା ପୋଲିସ୍‌କୁ ଏକ ବୋଲେରୋ ନିଓ ଗାଡ଼ି ପ୍ରଦାନ କରାଯାଇଛି । ପୋଲିସ୍ କମିଶନରଙ୍କ କାର୍ଯ୍ୟାଳୟରେ ଏହି ଗାଡ଼ିଟିକୁ ଗୁରୁବାର ଦିନ ହସ୍ତାନ୍ତରକରାଯାଇଛି ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଓଏସ୍‌ଡି ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ପଟ୍ଟନାୟକ ପୋଲିସ କମିଶନର ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ଗାଡ଼ିର ଚାବି ପ୍ରଦାନ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ ଓ ଖଣ୍ଡଗିରି ଥାନା ଆଇଆଇସି ଶ୍ରୀ ଦୟାନିଧି ନାୟକ ଉପସ୍ଥିତ ଥିଲେ ।

ପୂର୍ବରୁ ସୋଆ ପକ୍ଷରୁ ଭରତପୁର ଓ ପାହାଳ ଥାନାକୁ ମଧ୍ୟ ଦୁଇଟି ବୋଲେରୋ ପ୍ରଦାନ କରାଯାଇଥିଲା । ସୋଆର ଏହି କାର୍ଯ୍ୟକୁ ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ଉଚ୍ଚ ପ୍ରଶଂସା କରିବା ସହ କମିଶନରେଟ୍ ପୋଲିସ୍ ପ୍ରତି ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଏହି ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି । ଏହା ଅନ୍ୟ ଅନୁଷ୍ଠାନଗୁଡ଼ିକ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.