ପ୍ରମୁଖ ଖବର

ଏସିବିରେ ୧.୪୦ କୋଟି ଟଙ୍କା ହେରଫେର, ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଲେଜ ପାଇଁ ନୂଆ ନିର୍ଦ୍ଦେଶ, କ୍ୟାଣ୍ଟିନ୍‌ରେ କମିବ ତେଲ ବ୍ୟବହାର, ପୁରି-ବରା-ଆଳୁଚପ
ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ୧.୦୩ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ଟଙ୍କା
‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’
ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା
ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ: ୨୨୧ ବରଫ ହ୍ରଦ ଚିହ୍ନଟ

ରାଜ୍ୟରେ ୫ହଜାର ନୂଆ ଡାକ୍ତର ପଦବୀକୁ ମଞ୍ଜୁରୀ ଦେଲେ ରାଜ୍ୟପାଳ

0

ଭୁବନେଶ୍ବର: ରାଜ୍ୟରେ ସୃଷ୍ଟିହେଲା ୫ ହଜାର ନୂଆ ଡାକ୍ତର ପଦବୀ । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସପିଟାଲ ଓ ରାଉରକେଲା ଆଇଜିଏଚରେ ୬୮୯ଟି ନୂଆ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତ ହେବେ। ଏହି ନୂଆ ଡାକ୍ତର ପଦବୀକୁ ମଞ୍ଜୁର କରିଛନ୍ତି ରାଜ୍ୟପାଳ ।

ଏଥିପାଇଁ ପ୍ରତି ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏ ନୂଆ ପଦବୀ ସୃଷ୍ଟି ହୋଇଛି । ୩୭୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୭୫୦ ଡାକ୍ତର ନିଯୁକ୍ତ ହେବେ । ପ୍ରତି ସିଏଚସିରେ ୧୦ଟି ଲେଖାଏ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ସେହିପରି ରାଜ୍ୟର ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୮୧ଟି ଡାକ୍ତର ପଦବୀ ସୃଷ୍ଟି ହୋଇଛି । ଭୁବନେଶ୍ବରର ୪ଟି ଓ ସୁନ୍ଦରଗଡ଼ର ଗୋଟିଏ ୟୁିଏଚସି ପାଇଁ ୧୩ଟେ ଲେଖାଏ ମୋଟ ୬୫ଟି ପଦବୀ ସୃଷ୍ଟି ହୋଇଥିବାବେଳେ କଟକର ସିଡିଏ, ଚାଉଳିଆଗଞ୍ଜରେ ୮ଟି ଲେଖାଏ ମୋଟ ୧୬ଟି ପଦବୀ ସୃଷ୍ଟି କରାଯାଇଛି ।

Leave A Reply

Your email address will not be published.