ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ

0

ଭୁବନେଶ୍ବର: ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି। ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ। ୨ ବର୍ଷ ପାଇଁ କୁଳପତି ଭାବେ ଦାୟିତ୍ଵ ତୁଲାଇବେ ସବିତା ପ୍ରଧାନ। ନିଯୁକ୍ତି ଦେଲେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍। ଏବେ ବିଶ୍ୱଭାରତୀ ବିଶ୍ବବିଦ୍ୟାଳୟର ଓଡ଼ିଆ ପ୍ରଫେସର ଅଛନ୍ତି ସବିତା ପ୍ରଧାନ।

ସୂଚନାଯୋଗ୍ୟ, ଯାଜପୁର ରୋଡର ମୂଳବାସିନ୍ଦା ପ୍ରଫେସର ସବିତା ପ୍ରଧାନ ଦୀର୍ଘବର୍ଷ ଧରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅଧ୍ୟାପନା ସହ ଗବେଷଣା କରିଛନ୍ତି। ତାଙ୍କର ପ୍ରତିକ୍ରିୟାରେ ସେ କହିଛନ୍ତି, ସେ ଅତ୍ୟନ୍ତ ଖୁସି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ।

ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସ୍ବତନ୍ତ୍ର ଅଧ୍ୟୟନ ଓ ଗବେଷଣା ଉପରେ ଗୁରୁତ୍ବ ଦେବେ। ନିଜ ଦାୟିତ୍ବ ଅତ୍ୟନ୍ତ ଗୁରୁତ୍ବର ସହ ତୁଲାଇବା ସହିତ ଏହି ନୂତନ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବେ। ପ୍ରଫେସର ସବିତା ପ୍ରଧାନ ରାଉରକେଲା ଓ ଯାଜପୁର ରୋଡର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ ପରେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରେ ଏମଏ ପଢ଼ିଥିଲେ। ଓଡିଆ ଭାଷା ଓ ସାହିତ୍ୟ ଉପରେ ଉଚ୍ଚତର ଗବେଷଣା କରିବା ସହ ଅନେକ ଛାତ୍ରଙ୍କ ପିଏଚଡି ଗାଇଡ୍ ରୂପେ କାମ କରିଛନ୍ତି ପ୍ରଫେସର ସବିତା ପ୍ରଧାନ।

Leave A Reply

Your email address will not be published.