ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୁଇ ବିଜେପି ବିଧାୟକ ମୋହନ ଏବଂ ମୁକେଶ ନିଲମ୍ବିତ

0

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ଜାରି ଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମକୁ ବିଜେପିର ବିଧାୟକମାନେ ହୋହାଲ୍ଲା କରିବା ସହିତ ଡାଲି ଫିଙ୍ଗିଛନ୍ତି। ଏହି ଘଟଣା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋନହ ଚରଣ ମାଝୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଛନ୍ତି। ଏଥି ସହିତ ବାଚସ୍ପତି ଗୃହକୁ ଆସନ୍ତା ୩୦ ତାରିଖ ଯାଏଁ ମୁଲତବୀ ରଖିଛନ୍ତି।

ସୂଚନାଯୋଗ୍ୟ, ଆଜି ବିଧାନ ସଭାର ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡ଼ାଲି ଫୋପାଡିଥିଲେ । ଏହାପରେ ଗୃହ ମଧ୍ୟଭାଗରେ ବିଜେପି ବିଧାୟକ ହୋହଲ୍ଲା କରିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏପରି ଆଚରଣକୁ ନେଇ ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ।

ଦୁଇଜଣ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ନିଲମ୍ବିତ । ଏଭଳି ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି କାରଣ ଗୋଟିଏ ପଟେ ଶାସକଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ବାଚସ୍ପତିଙ୍କୁ ସ୍ଥାନଦେଇ ଇତିହାସ ଲେଖୁଥିବା ବେଳେ ଅନ୍ୟପଟେ ବିରୋଧୀ ବିଜେପି ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି ।

Leave A Reply

Your email address will not be published.