ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଏବେ ଆଇନ୍ ବୃତି ବିଷୟରେ ଧାରଣା ବଦଳିଯାଇଛି

0

ଭୁବନେଶ୍ୱର: ୨୫ ବର୍ଷ ପୂର୍ବର ଆଇନ ବୃତି ଉପରେ ଥିବା ଲୋକଙ୍କ ଧାରଣା ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି। ବର୍ତମାନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହା ଏକ ଆକର୍ଷଣୀୟ ପେସା ଭାବେ ଗୃହୀତ ହୋଇପାରିଛି ବୋଲି ଶୁକ୍ରବାର ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସୁବାଷ ଚନ୍ଦ୍ର ପରିଜା କହିଛନ୍ତି ।

ପୂର୍ବରୁ ଆଇନ ଶିକ୍ଷା କେବଳ ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଶେଷ ଅବଲମ୍ବନ ଥିଲା ବୋଲି କହୁଯାଉଥିଲା । ତେବେ ବର୍ତମାନ ଏହି ଚିତ୍ର ବଦଳିଯାଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଚଳିତ ବର୍ଷ ନୂତନ କରି ପାଠ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କର ୧୩ ତମ ଓରିଏଂଟେସନ୍ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍ ପରିଜା ଏହା କହିଛନ୍ତି।

ବର୍ତମାନ ଛାତ୍ରଛାତ୍ରୀ ମାନେ ଓକିଲାତି ଓ ଆଇନ ସେବାରେ ଯୋଗ ଦେବା ନିମନ୍ତେ ଇଚ୍ଛୁକ ହେଉଛନ୍ତି। ଏହା ଖୁବ୍ ଆକର୍ଷଣୀୟ ହେବା ସହ କର୍ପୋରେଟ୍ଜ ଗତରେ ମଧ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରୁଛି । ତେଣୁ ଆଇନ୍ ପେସା ପ୍ରତି ଲୋକଙ୍କର ଚିନ୍ତାଧାରା ବଦଳି ଯାଇଛି ବୋଲି ଜଷ୍ଟିସ୍ ପରିଜା କହିଛନ୍ତି। ଓରିଏଂଟେସନ୍ କାର୍ଯ୍ୟକ୍ରମ ପୂର୍ବରୁ ଜଷ୍ଟିସ୍ ପରିଜା ସ୍ନିଲ୍ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ କୋର୍ଟ ରୁମ୍ ଭଳି ପରିବେଶ ଥିବା ଏକ ନୂତନ ମୁଟ୍‌ କୋର୍ଟ ହଲ୍‌କୁ ଉଦ୍‌ଘାଟନ କରିଥିଲେ ।

ଓରିଏଂଟେସନ୍ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ, ସିନିୟର ପ୍ରଫେସର ଜୟଦେବ ପତି ଓ ପ୍ରଫେସର ପ୍ରବୀର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜଷ୍ଟିସ୍ ପରିଜା ତାଙ୍କର ୫୦ ବର୍ଷର ପୁରୁଣା ଲାଇବ୍ରେରୀ ଯେଉଁଠାରେ କି ଅନେକ ଆଇନ୍ ପୁସ୍ତକ ଏବଂ ତଥ୍ୟ ରହିଛି ତାହା ସ୍ନିଲ୍‌କୁ ପ୍ରଦାନ କରିବେ ବୋଲି ଘୋଷଣା କରିବା ସହ ଛାତ୍ରଛାତ୍ରୀ ମାନେ ଜ୍ଞାନ ଆହରଣ ନିମନ୍ତେ ଅଧିକରୁ ଅଧିକ ଅଧ୍ୟୟନର ଅଭ୍ୟାସ କରନ୍ତୁ ବୋଲି କହିଥିଲେ ।

ଯେଉଁ ଛାତ୍ରଛାତ୍ରୀ ମାନେ ବାର୍‌ରେ ଯୋଗ ଦେବା ପାଇଁ ଚାହୁଁଛନ୍ତି ସେମାନଙ୍କର ଭାଷା ଉପରେ ଦଖଲ ରହିବା ଦରକାର ବୋଲି କହିବା ସହ ସେମାନେ ନିଜର ଚିନ୍ତାକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିବାକୁ ଶିକ୍ଷା କରିବାକୁ ସେ ଉପଦେଶ ଦେଇଥିଲେ । ମାତ୍ର ଏହି ବୃତିରେ ଏକ ସ୍ଥିର ରୋଜଗାର ଆସିବା ନିମନ୍ତେ ଅତି କମ୍‌ରେ ୫ ରୁ ୧୦ ବର୍ଷ ସମୟ ଲାଗୁଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କୁ ଧୈର୍ଯ୍ୟ ରଖିବାକୁ ପ୍ରଫେସର ପରିଜା କହିଥିଲେ ।

ଏହି ଅବସରରେ ପ୍ରଫେସର ଆଜାଦ କହିଥିଲେ ବର୍ତମାନ ପରିସ୍ଥିତିରେ ଆଇନ୍ ବୃତିର ଗୁରୁତ୍ୱ ଖୁବ୍ ଉପଲ୨ି ହେଉଛି । ସୁପ୍ରିମ କୋର୍ଟ ମଧ୍ୟ ପ୍ରତ୍ୟେକ ନାଗରିକଙ୍କର ଆଇନ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଲୋକମାନେ ନିଜର ବିଶେଷ ଅଧିକାର ବିଷୟରେ ଅଧିକ ସଚେତନ ନଥିବାରୁ ଆଇନ୍ ଯେ ସେମାନଙ୍କୁ ସୁରକ୍ଷା ଦେଇପାରିବ ତାହା ଜାଣି ନଥାନ୍ତି ବୋଲି ସେ କହିଥିଲେ । ଆଇନ୍ ଶିକ୍ଷା କ୍ଷେତ୍ରରେ ସ୍ନିଲ୍ ବେଶ ପାରଦର୍ଶିତା ପ୍ରଦର୍ଶନ କରିଛି ଓ ଶିକ୍ଷାନୁଷ୍ଠାନରେ ଦକ୍ଷ ଫ୍ୟାକଲ୍ଟି ମେମ୍ବର୍ସ ରହିଛନ୍ତି ବୋଲି ପ୍ରଫେସର ଆଜାଦ କହିଥିଲେ ।

ଏହି ଅବସରରେ ପ୍ରଫେସର ମିଶ୍ର କହିଥିଲେ ଯେ ୨୦୧୧ରେ ଆରମ୍ଭ ହୋଇଥିବା ସ୍ନିଲ୍ ବର୍ତମାନ ଅନେକ ଆଇନ୍ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ଦେଶର ଶ୍ରେଷ୍ଠ ୮ମ ଆଇନ୍ ଶିକ୍ଷାନୁଷ୍ଠାନ ଭାବେ ନିଜର ସ୍ଥାନ ହାସଲ କରିପାରିଛି । ସ୍ନିଲ୍‌ର ଆସିଷ୍ଟାଂଟ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.