ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ପ୍ରତିବର୍ଷ ଏମ୍‌ସ ଭୁବନେଶ୍ୱରକୁ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ

0
  • ଶିଶୁ କର୍କଟ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ
  • ଶିଶୁ କର୍କଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏମ୍‌ସ ପକ୍ଷରୁ ୱାକାଥନ୍, ଡାକ୍ତର ଏବଂ ରୋଗୀ/ପିତାମାତାଙ୍କ ସହିତ ଖୋଲା ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ
  • ୭୫-୮୦ ପ୍ରତିଶତ ଶିଶୁ କର୍କଟ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ

ଭୁବନେଶ୍ୱର; ଏମ୍‌ସ ଭୁବନେଶ୍ୱର ହେଉଛି ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ କର୍କଟ ରୋଗରେ ପୀଡ଼ିତ ଶିଶୁମାନଙ୍କୁ ତାଲିମପ୍ରାପ୍ତ ଚିକିତ୍ସକମାନଙ୍କ ଦ୍ବାରା ସାମଗ୍ରିକ ଭାବେ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ଯୋଗାଇଆସୁଛି। ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସ‌ଚେଚତନା ସୃଷ୍ଟି କରିବା ନେଇ ଆଜି ଏମ୍‌ସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ।

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡଖଣ୍ଡ ପରି ପଡ଼ୋଶୀ ରାଜ୍ୟରୁ ଆସୁଥିବା ଶିଶୁ କର୍କଟ ରୋଗୀଙ୍କୁ ମଧ୍ୟ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି ଏମ୍‌ସ ଭୁବନେଶ୍ୱର। ବିଭାଗକୁ ଆଜିସୁଦ୍ଧା ୧୨ଶହରୁ ଅଧିକ ଶିଶୁ କର୍କଟ ‌ରୋଗୀ ଆସିଥିବା ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ। ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ ପକ୍ଷରୁ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି। ଶିଶୁ କର୍କଟ ରୋଗର ଫଳାଫଳ ଗତ ୫୦ ବର୍ଷ ମଧ୍ୟରେ ୮୦-୯୦ ପ୍ରତିଶତ ଅଧିକ ବଞ୍ଚିବାର ଆଶା ଦେଇଛି। ବର୍ତ୍ତମାନ ସମୟର ଏହି ଜଟିଳ ‌ରୋଗରେ ପିଡ଼ୀତ ୭୫-୮୦ ପ୍ରତିଶତ ଶିଶୁ ରୋଗୀ କର୍କଟ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ଏମ୍‌ସର ବିଭାଗୀୟ ଅତିରିକ୍ତ ପ୍ରଫେସର୍‌ ଡ. ସୋନାଲି ମହାପାତ୍ର। ଜଟିଳ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆ (ରକ୍ତ କର୍କଟ), ଲିମ୍ଫୋମା ଏବଂ ବୃକକ୍ ଟ୍ୟୁମର୍ ଭଳି କେତେକ କର୍କଟରେ ବଞ୍ଚିବା ସମ୍ଭାବନା ୯୦ ପ୍ରତିଶତରୁ ଅଧିକ ଥିବା କହିଛନ୍ତି ଡ. ମହାପାତ୍ର।

ଶୈଶବ ଅବସ୍ଥାରେର ହେଉଥିବା କର୍କଟ ରୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବାକୁ ଆଜି ଏମ୍‌ସ ପକ୍ଷରୁ ୱାକାଥନ୍, ରୋଗୀ/ପିତାମାତା ଏବଂ ଡାକ୍ତରଙ୍କ ସହିତ ଖୋଲା ଆଲୋଚନା ଭଳି ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍ ଅ ଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଦେବାଶିଷ ସାହୁ, ଡ. କନିଷ୍କ ଦାସ, ଡ. ସୋମନାଥ ପାଢ଼ୀ, ଡ. ବି ବି ତ୍ରିପାଠୀ, ଡ. ସୁବ୍ରତ ସାହୁ, ଡ. ଆଦିତ୍ୟ ମାନେକର ସାହୁ, ଡ. ଆକାଶ ପତି ପ୍ରମୁଖ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଉପସ୍ଥିତ ଥିଲେ। ଡ. ସୋନାଲି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଶିଶୁ କର୍କଟ ରୋଗୀ, ସେମାଙ୍କର ପିତାମାତା, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଭାରତରେ ଶିଶୁ କର୍କଟ ରୋଗକୁ ନେଇ ଗବେଷଣା ଜାରି ରହିଛି। ଭାରତୀୟ ଉପମହାଦେଶର ଫଳାଫଳ ପ୍ରାୟତଃ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ପଛରେ ରହିଛି। ‌ରୋଗ ଚିହ୍ନଟରେ ବିଳମ୍ବ, ବିଳମ୍ବିତ ନିରାକରଣ, ବିଳମ୍ବିତ ରେଫରାଲ୍, ଚିକିତ୍ସା ଏବଂ ସାମାଜିକ/ଆର୍ଥିକ/ଶିକ୍ଷାଗତ ଅବସ୍ଥା ପରି ବିଭିନ୍ନ କାରଣ ଏନେଇ ଦାୟୀଥିବା ବିଶେଷଜ୍ଞମାନେ ମତଦେଇଛନ୍ତି। ଏନେଇ ଏକ ସମନ୍ୱିତ, ବହୁମୁଖୀ ଏବଂ ସାମଗ୍ରିକ ଉପାୟ ଅବଲମ୍ବନ ସମୟର ବଡ଼ ଆବଶ୍ୟକତାଥିବା ମତପ୍ରକାଶ ପାଇଛି।

ଏମ୍‌ସ ଭୁବନେଶ୍ୱରରେ ଏହି ‌କ୍ଷେତ୍ରରେ ଅଧିକ ଗବେଷଣା ନିମନ୍ତେ ଏହି ବିଭାଗରେ ଡିଏମ୍ ପାଠ୍ୟକ୍ରମ ପ୍ରଚଳନ ଆରମ୍ଭ ହୋଇଛି। ଯାହାକି ପିଜିଆଇଏମ୍‌ଇଆର, ଚଣ୍ଡିଗଡ଼ ପରେ ଏମ୍‌ସ ଭୁବନେଶ୍ୱର ଦେଶରେ ଦ୍ୱିତୀୟ ଅନୁଷ୍ଠାନ ପାଲଟିଛି। ବିଭିନ୍ନ ସରକାରୀ/ବେସରକାରୀ ସାମାଜିକ ସଂଗଠନ ସହଯୋଗରେ ଏହି ଜାତୀୟ ପ୍ରତିଷ୍ଠାନ ଗରିବ ଏବଂ ଅଭାବୀ ପିଲାମାନଙ୍କୁ ବିଭିନ୍ନ ସହାୟତା ଯେଗାଇଦେଇଥାଏ। ଏହା ସେମାନଙ୍କୁ ଥେରାପି ସଂପୂର୍ଣ୍ଣ କରିବାରେ ସକ୍ଷମ କରିଥାଏ। ଉଲ୍ଲେଖଯୋଗ୍ୟଯେ ସେପ୍ଟେମ୍ବର ମାସକୁ ସାରା ବିଶ୍ୱରେ ଶିଶୁ କର୍କଟ ସଚେତନତା ମାସ ଭାବରେ ପାଳନ କରାଯାଇଥାଏ।

Leave A Reply

Your email address will not be published.