ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି

0

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖ ଯାଏ ବଢ଼ିଲା ଦୁଇ ହଜାର ଟଙ୍କିଆ ବଦଳ ଅବଧି। ଏବେ ଅକ୍ଟୋବର ୭ଯାଏ ବ୍ୟାଙ୍କରେ ଜମା ବା ବଦଳା ଯାଇପାରିବ ୨ ହଜାର ଟଙ୍କିଆ ନୋଟ୍ । ଆରବିଆଇ ଦ୍ବାରା ଜାରି ବିବୃତିରେ କୁହାଯାଇଛି ଯେ ୨୦୨୩ ମସିହା ଅକ୍ଟୋବର ୭ ତାରିଖ ଯାଏ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ। ଅକ୍ଟୋବର ୮ ତାରିଖରୁ ବ୍ୟାଙ୍କ ଶାଖାରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା ଏବଂ ବିନିମୟ ବନ୍ଦ ହୋଇଯିବ। ଅକ୍ଟୋବର ୮ ତାରିଖ ପରେ, ଆରବିଆଇର ୧୯ଟି ଅଫିସରେ ଏକ ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଯାଇପାରିବ।

ଲୋକମାନେ ଆରବିଆଇର ୧୯ଟି କାର୍ଯ୍ୟାଳୟକୁ ଡାକ ବିଭାଗରୁ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟ ପଠାଇ ପାରିବେ। ଏହି ନୋଟର ମୂଲ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହେବ। ଏହି କାର୍ଯ୍ୟାଳୟ ମଧ୍ୟରୁ କେଉଁଠାରେ ମଧ୍ୟ ୨ ହଜାର ଟଙ୍କାର ବ୍ୟାଙ୍କ ନୋଟ ବିନା କୌଣସି ସୀମାରେ ଜମା କରିପାରିବେ । ଯଦି ୭ ଅକ୍ଟୋବର ପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ବା ଜମା ସ୍ୱୀକାର କରିବାକୁ ମନା କରନ୍ତି ତେବେ ଆପଣ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ଏହାର ଅଭିଯୋଗ କରିପାରିବେ ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ ୧୯ରେ ସେହି ବଡ଼ ନୋଟ୍‌ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା।

Leave A Reply

Your email address will not be published.