ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଇଣ୍ଡିଆନ ଆଇଡଲରେ ଓଡିଆ ପୁଅ ଡାକ୍ତର ରୋହନ ବିଶ୍ୱାଳ

0

ଭୁବନେଶ୍ୱର: ପ୍ରଖ୍ୟାତ ରିଏଲିଟି ଟିଭି ସୋ ଇଣ୍ଡିଆନ ଆଇଡଲରେ ଓଡିଶା ମାଟିର ପୁଅ ଡାକ୍ତର ରୋହନ ବିଶ୍ୱାଳ । କହିଲେ , ସଂଙ୍ଗୀତ ହେଉଛି ମୋ ଜୀବନ , ପେଶା ହେଉଛି ଡାକ୍ତର । କୁନି କୁନି ପିଲାଙ୍କୁ ଟ୍ରିଟମେଣ୍ଟ୍ କଲା ବେଳେ ଗୀତ ଗାଇ ସେମାନଙ୍କୁ ମନୋରଞ୍ଜନ କରେ ।

ସୂଚନାଯୋଗ୍ୟ, ‘ଇଣ୍ଡିଆନ୍ ଆଇଡଲ୍-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ଗୋଲ୍ଡେନ୍ ଟିକଟ୍ ସହ ଶୋ’ରେ ଥିଏଟର୍ ରାଉଣ୍ଡ୍‌କୁ ଉନ୍ନୀତ ହୋଇ ଟପ୍୨୭ରେ ରହିଛନ୍ତି । ଫଳରେ ଏବେ ତାଙ୍କୁ ଓ ତାଙ୍କ ଗୀତକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି । ଶୋ’ ପରେ ସେ ଜାତୀୟସ୍ତରରେ ବି ଚର୍ଚ୍ଚା ସାଉଁଟିଛନ୍ତି । ୨୦୧୪ ମସିହାରେ ଏମ୍ବିସି ଟିଭି ପକ୍ଷରୁ ‘ସନ୍ତୁର ସିଙ୍ଗିଙ୍ଗ୍ ସୁପର୍ଷ୍ଟାର୍ ଜୁନିଅର’ ହେବା ସହ ୨୦୧୫ରେ ‘ଇଣ୍ଡିଆନ୍ ଆଇଡଲ୍ ଜୁନିଅର’ ଟପ୍-୨୦ରେ ସ୍ଥାନ ପାଇଥିଲେ । ଏବେ ପୁଣି ସୁଯୋଗ ଆସିଲା ବେଳେ ସେ ତାହାକୁ ହାତଛଡ଼ା କରିନଥିଲେ । ପ୍ରଥମେ ଭୁବନେଶ୍ୱର ପରେ କୋଲକାତା, ମୁମ୍ବାଇରେ ଅଡିସନ୍ ସହ ବିଭିନ୍ନ ପର୍ଯ୍ୟାୟ ଦେଇ ସର୍ବଭାରତୀୟସ୍ତରରେ ୬୦ ଜଣଙ୍କ ମଧ୍ୟରେ ରହିଥିଲେ । ଏବେ ସେଥିରୁ ଉନ୍ନୀତ ହୋଇ ଟପ୍-୨୭ରେ ପହଞ୍ଚିଛନ୍ତି ।

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ୨୩ ବର୍ଷୀୟ ରୋହନ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍‌ରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ୍ ଭାବେ କାର୍ଯ୍ୟ କରୁଛନ୍ତି । ସେ କାମ କରିବା ସମୟରେ ବି ଗୀତ ଗାଇ ଶିଶୁମାନଙ୍କ ଚିକିତ୍ସା କରିଥାନ୍ତି । ଏକଥା ସେ ଶୋ’ରେ କହିଥିଲେ । ବିଶେଷ କରି କୁମାର ସାନୁଙ୍କ ଗୀତ ହିଁ ପିଲାଙ୍କୁ ଶୁଣାଇଥାନ୍ତି । ଶୋ’ରେ କୁମାର ସାନୁ ଉପସ୍ଥିତ ଥିବାରୁ ତାଙ୍କ ସହିତ ଭିଡିଓ କଲ୍ରେ ଲାଇଭ୍ ଯୋଡ଼ି ହୋଇଥିବା ହସ୍ପିଟାଲ୍ରେ ଚିକିତ୍ସାଧୀନ ଶିଶୁମାନେ ତାଙ୍କୁ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ପରେ ପିଲାମାନଙ୍କ ଅନୁରୋଧ ରକ୍ଷା କରି କୁମାର ସାନୁ ମଞ୍ଚ ଉପରକୁ ଆସି ଗାଇଥିଲେ।

Leave A Reply

Your email address will not be published.