ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ସିନେପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ

0

ନୂଆଦିଲ୍ଲୀ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ୨୦୨୩ ଆଜି ଅନୁଷ୍ଠିତ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର  ସମାରୋହରେ ବିଭିନ୍ନ ବର୍ଗରେ ମନୋନିତ ସିନେପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଅଗଷ୍ଟ ମାସରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ସେମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।

ଫିଲ୍ମ ‘ପୁଷ୍ପା’ ପାଇଁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ଫିଲ୍ମ ‘ମିମି’ ପାଇଁ କ୍ରୀତି ସାନନ ଓ ଫିଲ୍ମ `ଗଙ୍ଗୁବାଇ କାଥିଆଓ୍ୱାଡା’ ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ସେହିପରି ବଲିଉଡ ଜଗତର ଭେଟେରାନ ଅଭିନେତ୍ରୀ ଓ୍ୱହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି।Waheeda Reheman

ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମ ‘ମିମି’ ପାଇଁ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ସହଅଭିନେତା ଓ ଦ କଶ୍ମୀର ଫାଇଲ୍‌ ପାଇଁ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ସହଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଦିଆଯାଇଛି। ସେହିପରି ଭିକ୍କି କୌଶଲଙ୍କ ଅଭିନୀତି `ସର୍ଦ୍ଦାର ଉଦ୍ଧମ’କୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଆରଆରଆରକୁ ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍‌ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆର୍‌ ମାଧବନଙ୍କୁ ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ରକେଟ୍ରି: ଦ ଦାମ୍ବି ଇଫେକ୍ଟ’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି। ଅନ୍ୟପଟେ ଶ୍ରେୟା ଘୋଷାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେଷ୍ଠ ଗାୟକ ସମ୍ମାନ ହାତେଇଛନ୍ତି।

ସେହିପରି ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିଛି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।

Leave A Reply

Your email address will not be published.