ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍ ଆଇଡଲ ମଞ୍ଚରେ ଆଉ ଜଣେ ଓଡିଆ ପୁଅ

0

ଭୁବନେଶ୍ୱର: ଇଣ୍ଡିଆନ ଆଇଡଲ ପ୍ଲାଟଫର୍ମରେ ଚମକୁଛନ୍ତି ଓଡ଼ିଆ ପୁଅ । ଅଡିସନରେ ଗୋଲ୍ଡେନ ଟିକେଟ ହାତେଇଛନ୍ତି ବଲାଙ୍ଗୀରର ଅଜୟ ଅମର ସିଂଦେଓ । ବାପା ସଂଗୀତ ଗୁରୁ ଦିଲ୍ଲୀପ ସିଂହଦେଓ । ପୁଅ ଅଜୟକୁ ପିଲା ଦିନରୁ ହିଁ ସଂଗୀତ ଶିକ୍ଷା ଦେଇଥିଲେ। ଅଳ୍ପ ବୟସରୁ ଅଜୟ ପାଇଛନ୍ତି ଅନେକ ସମ୍ମାନ । ଏବେ ସେ ବିଏଚୟୁରେ ପରଫର୍ମିଂ ଆର୍ଟ ଭାଓଲିନରେ ମାଷ୍ଟର ଡିଗ୍ରୀ କରୁଛନ୍ତି ।

ପୂର୍ବରୁ ଅଜୟ ବଲାଙ୍ଗୀର ଶିଶୁ ମନ୍ଦିର ଓ ପରେ ରାଜେନ୍ଦ୍ର କଲେଜରେ ପଢ଼ିଥିଲେ । ଇଣ୍ଡିଆନ ଆଇଡଲ୍ ମଞ୍ଚରେ ଅଗ୍ନିପଥ ଫିଲ୍ମର ଗୀତ ଗାଇ ଗୋଲ୍ଡେନ କାର୍ଡ ପାଇଛନ୍ତି । ଲକ୍ଷ୍ନୌ ଅଡିସନରୁ ମନୋନୀତ ହୋଇ ମୁମ୍ବାଇରେ ଇଣ୍ଡିଆନ ଆଇଡଲ୍ ମଞ୍ଚରେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି ଅଜୟ । ୨୪ଜଣଙ୍କ ଭିତରୁ ଦଶମ ସ୍ଥାନରେ ରହିଛନ୍ତି ଅଜୟ। ସେହିପରି ଭୁବନେଶ୍ବରର ଡାକ୍ତର ରୋହନ ବିଶ୍ବାଳ ଓ କଟକର ଅଭିଷେକ ଜେନାଙ୍କୁ ବି ମିଳିଛି ଗୋଲଡେନ୍ କାର୍ଡ ।

Leave A Reply

Your email address will not be published.