ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଭିଜିଲାନ୍ସ ଜାଲରେ ପାଳଲହଡ଼ାର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ପାଣି

0

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ ପାଳଲହଡ଼ା ଜେଇ।। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମଗ୍ର ଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ଅଛନ୍ତି ଜେଇ ପ୍ରସନ୍ନ ପାଣି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢ଼ାଉ ବେଳେ ୫ଟି କୋଠା ଥିବା ଜଣାପଡିଛି । ସେଥିରୁ ୩ଟି ବହୁତଳ କୋଠା ରହିଛି । ତାଙ୍କ ଓ ତାଙ୍କ ପରିବାର ନାଁରେ କଟକ, ଭୁବନେଶ୍ବର, ପିପିଲି, ନିମାପଡ଼ା, ଜଙ୍କିଆ ଓ ଜଟଣୀରେ ୧୭ଟି ପ୍ଲଟ ରହିଥିବା ଜଣାପଡିଛି । ରେଡ୍ ବେଳେ ନଗଦ ୩ ଲକ୍ଷ ୨୧ ହଜାର ଟଙ୍କା ଜବତ ହୋଇଛି । ସେହିପରି ୫୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ରହିଛି । ଗୋଟି ୪ ଚକିଆ କାର ଓ ୩ଟି ମୋଟର ସାଇକେଲ ଜବତ ହୋଇଛି ।

ସୁନ୍ଦରପଦା ଏବରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ । ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘର, ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଫ୍ଲାଟ, ନିମାପଡ଼ାରେ ଗୋଟିଏ ୩ ମହଲା କୋଠା ରହିଛି । ଅଧିକ ଚଢ଼ାଉ ଜାରି ରହିଥିବା ବେଳେ, କୋଠା ଓ ପ୍ଲଟର ମୂଲ୍ୟ ଆକଳନ କରୁଛି ଭିଜିଲାନ୍ସର ଟେକ୍ନିକାଲ ଟିମ୍ ।

ପାଲଲହଡ଼ା ଉଦୟ ବିହାରରେ ଥିବା ଭଡାଘରେ ଚଢାଉ। ନିମାପଡାରେ ଥିବା ଆଉ ଏକ ତିନି ମହଲା ଘରେ ବି ଛାପା। ବ୍ୟବାସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ବି ମାରାଥନ ରେଡ୍ କରୁଛି ଭିଜିଲାନ୍ସ।  ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ। ରେଡ୍‌ରେ ସାମିଲ ଅଛନ୍ତି ୬ ଡ଼ିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ୨୨ ଜଣ ଷ୍ଟାଫ।

Leave A Reply

Your email address will not be published.