ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭିଜିଲାନ୍ସ ଜାଲରେ ପାଳଲହଡ଼ାର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ପାଣି

0

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ ପାଳଲହଡ଼ା ଜେଇ।। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମଗ୍ର ଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ଅଛନ୍ତି ଜେଇ ପ୍ରସନ୍ନ ପାଣି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢ଼ାଉ ବେଳେ ୫ଟି କୋଠା ଥିବା ଜଣାପଡିଛି । ସେଥିରୁ ୩ଟି ବହୁତଳ କୋଠା ରହିଛି । ତାଙ୍କ ଓ ତାଙ୍କ ପରିବାର ନାଁରେ କଟକ, ଭୁବନେଶ୍ବର, ପିପିଲି, ନିମାପଡ଼ା, ଜଙ୍କିଆ ଓ ଜଟଣୀରେ ୧୭ଟି ପ୍ଲଟ ରହିଥିବା ଜଣାପଡିଛି । ରେଡ୍ ବେଳେ ନଗଦ ୩ ଲକ୍ଷ ୨୧ ହଜାର ଟଙ୍କା ଜବତ ହୋଇଛି । ସେହିପରି ୫୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ରହିଛି । ଗୋଟି ୪ ଚକିଆ କାର ଓ ୩ଟି ମୋଟର ସାଇକେଲ ଜବତ ହୋଇଛି ।

ସୁନ୍ଦରପଦା ଏବରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ । ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘର, ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଫ୍ଲାଟ, ନିମାପଡ଼ାରେ ଗୋଟିଏ ୩ ମହଲା କୋଠା ରହିଛି । ଅଧିକ ଚଢ଼ାଉ ଜାରି ରହିଥିବା ବେଳେ, କୋଠା ଓ ପ୍ଲଟର ମୂଲ୍ୟ ଆକଳନ କରୁଛି ଭିଜିଲାନ୍ସର ଟେକ୍ନିକାଲ ଟିମ୍ ।

ପାଲଲହଡ଼ା ଉଦୟ ବିହାରରେ ଥିବା ଭଡାଘରେ ଚଢାଉ। ନିମାପଡାରେ ଥିବା ଆଉ ଏକ ତିନି ମହଲା ଘରେ ବି ଛାପା। ବ୍ୟବାସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ବି ମାରାଥନ ରେଡ୍ କରୁଛି ଭିଜିଲାନ୍ସ।  ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ। ରେଡ୍‌ରେ ସାମିଲ ଅଛନ୍ତି ୬ ଡ଼ିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ୨୨ ଜଣ ଷ୍ଟାଫ।

Leave A Reply

Your email address will not be published.