ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୋଆ କୃଷି ମହାବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ

0

ଭୁବନେଶ୍ୱର,୧୮/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ)ର ନବାଗତ ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ନିମନ୍ତେ ଗଠନମୂଳକ କାର୍ଯ୍ୟଧାରା ତଥା ନୈତିକ ଓ ବୌଦ୍ଧିକ ସ୍ତରରେ ଉନ୍ନତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମଗ୍ର ଭାରତରେ ସୋଆ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଅନନ୍ୟ ବୋଲି ନିଜକୁ ପ୍ରତିପାଦିତ କରିଛି ଓ ବିଶ୍ୱବିଦ୍ୟାଳୟର ଏହି ସଫଳତାରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉତ୍ସବର ଅନ୍ୟତମ ବିଶିଷ୍ଟ ଅତିଥି ତଥା କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ କହିଥିଲେ । ଏହି ଉତ୍ସବର ଅତିଥି ଭାବେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାମନସ୍କ ହେବା ପାଇଁ ଉପଦେଶ ଦେବା ସହ ଛାତ୍ରଛାତ୍ରୀ ମାନଙ୍କର ସବୁ କ୍ଷେତ୍ରରେ ଅଭିଭାବକମାନେ ଯୋଡି ହୋଇ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।

ଶିକ୍ଷା ଉନ୍ନତିର ମୂଳମବ ଓ ଛାତ୍ରଛାତ୍ରୀମାନେ ହିଁ ଗୋଟିଏ ଜାତିର ଉନ୍ନତିର ମାନଦଣ୍ଡ ବୋଲି ଉତ୍ସବର ଅନ୍ୟତମ ଅତିଥି ଆଡିସ୍‌ନାଲ୍‌ ଡିନ୍ (ରିସର୍ଚ୍ଚ) ଡଃ ପ୍ରିୟବ୍ରତ ପଟ୍ଟନାୟକ ମତ ପୋଷଣ କରିଥିଲେ । କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଅଭିଭାଷଣ ଦେବା ସହ ଭାରତୀୟ କୃଷିବିଜ୍ଞାନର ଇତିହାସ ଓ ସୋଆରେ କୃଷି ବିଜ୍ଞାନର ପାଠ୍ୟକ୍ରମ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଡିନ୍ ତଥା ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ କୃଷି ବିଜ୍ଞାନକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବାର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ ।

ସିନିୟର ପ୍ରଫେସର ବିବୁଧ ପରାଶର ଉତ୍ସବର ପ୍ରଥମ ଅଧିବେଶନରେ ଧନ୍ୟବାଦ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ପ୍ରଫେସର ସରୋଜ କୁମାର ମହାନ୍ତି, ପ୍ରଫେସର ବଂଶୀଧର ପ୍ରଧାନ, ଡଃ ଲକ୍ଷ୍ମୀ ପ୍ରସନା, ଡଃ ସାଗର ସେନାପତି, ଶ୍ରୀ ଜନ ଜିତ ପ୍ରମୁଖ ମହାବିଦ୍ୟାଳୟ ର ନିୟମ ପାଠାଗାର, ଛାତ୍ରଛାତ୍ରୀ ନିବାସ, ଜାତୀୟ ସେବା ସଂସ୍ଥା ତଥା ସୃଜନଶୀଳ କାର୍ଯ୍ୟକ୍ରମ, ସାମାଜିକ ଓ ସାଂସ୍କୃତିକ ଦିଗ ବିଷୟରେ ଆଲୋଚନା କରିଥିଲେ ।

କୃଷି ମହାଦ୍ୟାଳୟର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ବିଜୟ କୁମାର ମିଶ୍ର, ପ୍ରଫେସର ଦୀନବନ୍ଧୁ ଜେନା, ପ୍ରଫେସର ଏସ ଏନ ଦାସ, ପ୍ରଫେସର ଚିତରଂଜନ ମହାନ୍ତି, ପ୍ରଫେସର ହୃଦାନନ୍ଦ ମିଶ୍ର, ପ୍ରଫେସର ଭବେନ୍ଦ୍ର ବୈଶାଖ, ପ୍ରଫେସର ଆର କେ ରାଜ, ପ୍ରଫେସର ଅକ୍ଷୟ କୁମାର ବେହୁରା, ପ୍ରଫେସର କାର୍ତିକ ଚନ୍ଦ୍ର ସାହୁ, ଡଃ ଶିଶିର କାନ୍ତ ବେହେରା , ପ୍ରଫେସର ଶାନ୍ତୁନୁ ସ୍ୱାଇଁ, ପ୍ରଫେସର ରାଜୁ ମିଶ୍ର, ପ୍ରଫେସର ସୁରେନ୍ଦ୍ର ନାୟକ, ପ୍ରଫେସର ଜ୍ଞାନ ରଂଜନ ରାଉତ, ଶୁଭମ୍ ଆଚାର୍ଯ୍ୟ ପ୍ରମୁଖ ଚାରି ବର୍ଷର କୃଷି ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ବିଷୟରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।

ଏକ ଦିବସ ବ୍ୟାପୀ ଏ ଉତ୍ସବକୁ ଡଃ ଅଂଶୁମାନ ଜେନା, ଡଃ ଭୁବନାନନ୍ଦ ଅଧିକାରୀ , ଡଃ ଅଂଶୁମାନ ଖଣ୍ଡୁଆଳ, ଡଃ ସ୍ୱୟମ୍ ସିଂହ, ଡଃ ଶୁଭ୍ରପ୍ରଦ ଦାଶ, ଡଃ ଦୀପାଲି ଦାସ, ଶ୍ରୀମତି ଲୋପାମୁଦ୍ରା ମହାନ୍ତି, ରାଜୀବ କୁମାର ବେହେରା, ବିଦ୍ୱାନ ରଂଜନ ସାହୁ, ଡଃ ରିତେଶ ମିଶ୍ର, ଡଃ କୌଶିକ ସର, ଅଭିଷେକ ତ୍ରିପାଠୀ, ଡଃ ସ୍ତୁତି ଦେବପ୍ରିୟା ବେହେରା, ମାନସ ଦାସ, ରିନୁବାଳା ପାତ୍ର, ନାରାୟଣ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଓ ଛତାବର ସ୍ଥିତ ଗବେଷଣା କ୍ଷେତ୍ର ପରିଦର୍ଶନ କରାଯିବାର ପ୍ରବନ୍ଧ ରହିଥିଲା ।

Leave A Reply

Your email address will not be published.