ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଶିଶୁ ପୁତ୍ରକୁ ମାରିଲା ପରେ ଗାଈକୁ ଖାଇଲା ବାଘ

0

ନୂଆପଡ଼ା: ଗତକାଲି ୬ ବର୍ଷର ନାବାଳକକୁ ମାରିବା ପରେ ଆଜି ସକାଳେ ଏକ ଗାଈକୁ ଖାଇଛି ବାଘ। ରାତିରେ ଗୁହାଳରେ ପଶି ଗାଈକୁ ମାରି ଦେଇଛି ବାଘ। ଗତକାଲି ଘର ଅଗଣାରୁ ୭ ବର୍ଷର ଶିଶୁପୁତ୍ରକୁ ଝାମ୍ପି ନେଇଥିଲା କଲରା ପତରିଆ ବାଘ । ମୃତକ ହୁମନ୍ ମାଝିଙ୍କ ପୁଅ ଡମ୍ବରୁ ମାଝି । ବାଘ ମୁହଁରୁ ଛୁଆଟିକୁ ଉଦ୍ଧାର କରିଥିଲେ ପରିବାର ଲୋକେ ଓ ଗ୍ରାମବାସୀ।

ସୂଚନାଯୋଗ୍ୟ, ସୋମବାର ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲେ। ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ୩ରୁ ୪ ଜଣ ନାବାଳକ ଏକାଠି ଖେଳୁଥିଲେ। ଏହି ସମୟରେ ହଠାତ୍ ୨ଟି ବାଘ ଆସି ହୁମନ ଧରୁଆଙ୍କ ୬ ବର୍ଷର ପୁଅ ଡମ୍ବରୁକୁ ଟାଣି ନେଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ। ଫଳରେ ୨ଶହ ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘଦ୍ବୟ ପଳାଇ ଯାଇଥିଲେ। ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ କର୍ମଚାରୀମାନେ ମଧ୍ୟରେ ଗାଁରେ ପହଞ୍ଚି ମୃତଦେହ ନେଇ ନୂଆପଡ଼ା ଡାକ୍ତରଖାନାକୁ ଆସିଥିବା ଜଣାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବାଘ ଥିଲେ।

Leave A Reply

Your email address will not be published.