ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦୀପାବଳିରେ ଘାତକ ବାଣ ଫୁଟାଇବା ନିଷିଦ୍ଧ

0

ନୂଆଦିଲ୍ଲୀ: ଏଥର ଦୀପାବଳିରେ ବାଣ ଫୁଟିବନି। ବାୟୁ, ଶବ୍ଦ ପ୍ରଦୂଷଣ ରୋକିବାକୁ  ସାରା ରାଜ୍ୟକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। କେବଳ ଦିଲ୍ଲୀ, ଏନସିଆର ନୁହେଁ ସାରା ରାଜ୍ୟରେ କଟକଣା ଲଗାଇଇବାକୁ କୁହାଯାଇଛି। ବାରୁଦରେ ବେରିୟମ ସଲ୍ଟ ମିଶ୍ରିତ ବାଣକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ ହେବ ।

ବେରିୟମ ବାଣ ଯୋଗୁଁ ବାୟୁ ବିଷାକ୍ତ ହେବା ସହ ପ୍ରଦୂଷଣ ବଢିଥାଏ । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଉପରେ କୋର୍ଟ ପୂର୍ବରୁ ଏଭଳି ରାୟ ଦେଇଥିବା ବେଳେ ସାରା ଦେଶରେ ଏହାକୁ ଲାଗୁ କରାଯାଉ ବୋଲି ଆଜି କହିଛନ୍ତି। ରାଜସ୍ଥାନରେ ମଧ୍ୟ ପ୍ରଦୂଷଣକୁ ନେଇ ଶୁଣାଣି କରିଛନ୍ତି କୋର୍ଟ। ଏହାକୁ ନେଇ ଭିନ୍ନ ରାୟ ଦେବାରେ କିଛି ଆବଶ୍ୟକତା ନାହିଁ । ଦିଲ୍ଲୀ ମାମଲାରେ ଦିଆଯାଇଥିବା ରାୟ ସାରା ଦେଶ ପାଇଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Leave A Reply

Your email address will not be published.