ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଦୀପାବଳିରେ ଘାତକ ବାଣ ଫୁଟାଇବା ନିଷିଦ୍ଧ

0

ନୂଆଦିଲ୍ଲୀ: ଏଥର ଦୀପାବଳିରେ ବାଣ ଫୁଟିବନି। ବାୟୁ, ଶବ୍ଦ ପ୍ରଦୂଷଣ ରୋକିବାକୁ  ସାରା ରାଜ୍ୟକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। କେବଳ ଦିଲ୍ଲୀ, ଏନସିଆର ନୁହେଁ ସାରା ରାଜ୍ୟରେ କଟକଣା ଲଗାଇଇବାକୁ କୁହାଯାଇଛି। ବାରୁଦରେ ବେରିୟମ ସଲ୍ଟ ମିଶ୍ରିତ ବାଣକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ ହେବ ।

ବେରିୟମ ବାଣ ଯୋଗୁଁ ବାୟୁ ବିଷାକ୍ତ ହେବା ସହ ପ୍ରଦୂଷଣ ବଢିଥାଏ । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଉପରେ କୋର୍ଟ ପୂର୍ବରୁ ଏଭଳି ରାୟ ଦେଇଥିବା ବେଳେ ସାରା ଦେଶରେ ଏହାକୁ ଲାଗୁ କରାଯାଉ ବୋଲି ଆଜି କହିଛନ୍ତି। ରାଜସ୍ଥାନରେ ମଧ୍ୟ ପ୍ରଦୂଷଣକୁ ନେଇ ଶୁଣାଣି କରିଛନ୍ତି କୋର୍ଟ। ଏହାକୁ ନେଇ ଭିନ୍ନ ରାୟ ଦେବାରେ କିଛି ଆବଶ୍ୟକତା ନାହିଁ । ଦିଲ୍ଲୀ ମାମଲାରେ ଦିଆଯାଇଥିବା ରାୟ ସାରା ଦେଶ ପାଇଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Leave A Reply

Your email address will not be published.