ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

କିନ୍ନର ଦୀପା ସାହୁ ପାଇବେ ରାଷ୍ଟ୍ରପତି ପୁରସ୍କାର

0

କଟକ: ପିଏଚଡି ଡିଗ୍ରୀ ହାସଲ କରିଥିବା ପ୍ରଥମ କିନ୍ନର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର ଦୀପା ସାହୁ। ଏନେଇ ରାଷ୍ଟ୍ରପତି ଭବନରୁ ଚିଠି ଯୋଗେ ଦୀପାଙ୍କୁ ଅବଗତ କରାଯାଇଛି। ଆସନ୍ତା ଡିସେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଖବର ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇଛନ୍ତି ସେ। ଏହା ସହିତ କିନ୍ନରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ଦୀପା। 

ସୂଚନାଯୋଗ୍ୟ, ୧୨ବର୍ଷ ବୟସରୁ ଝିଅ ଭଳି ବ୍ୟବହାର କରିଥିଲେ ଦୀପା। ପରେ ପରିବାର ଲୋକଙ୍କ ନିନ୍ଦା ଅପବାଦ ସାଙ୍ଗକୁ ସମାଜ ଆଖିରେ ସେ ଘୃଣ୍ୟ ଏବଂ ତାତ୍ସଲ୍ୟର ପାତ୍ର ହୋଇଥିଲେ। କିନ୍ତୁ ସେ ହାରି ନଥିଲେ। ନିଜ ଲକ୍ଷ୍ୟକୁ ମଜଭୁତ କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

ତେବେ ଆଠବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର ବାକ୍ ଶକ୍ତି ହରାଇଛନ୍ତି। ସେବେଠୁ ସେ କଥା କହି ପାରନ୍ତିନାହିଁ। ଗଳାରେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଏହି ଜୀବନ ଯାତ୍ରା ମଧ୍ୟରେ ରାଷ୍ଟ୍ରପତି ପୁରସ୍କାର ତାଙ୍କ ମନୋବଳକୁ ଆହୁରି ମଜଭୁତ କରିବ ବୋଲି ସେ ଆଶା ରଖିଛନ୍ତି।

Leave A Reply

Your email address will not be published.