ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ପାରାଦ୍ବୀପ ପୋର୍ଟ ୱେଷ୍ଟର୍ଣ୍ଣ ଡକ୍ ନିମନ୍ତେ ନବୀନ ଜିନ୍ଦଲଙ୍କ ଭୂମିପୂଜନ

0

ପାରାଦ୍ବୀପ: ପାରାଦ୍ବୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଦ୍ବାରା ଆଜି ଭୂମିପୂଜନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ପିଏଲ ହାରନାଧ (ଆଇଆରଟିଏସ) ଏବଂ ବନ୍ଦରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗତ ବର୍ଷ ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ ରେ ୨୫ ନିୟୁତ ଟନ କ୍ଷମତା ଡ୍ରାଏ ବଲ୍କ କାର୍ଗୋ ଟର୍ମିନାଲ୍ ନିର୍ମାଣ ପାଇଁ ଜେଏସପି ନେତୃତ୍ୱାଧୀନ କନ୍ସୋର୍ଟିୟମ୍ ଯୋଗ୍ୟ ବିବେଚିତ  ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଜିନ୍ଦଲ ପୋର୍ଟ ପ୍ରାଇଭେଟ ଦ୍ୱାରା ଜିନ୍ଦଲ ପାରାଦୀପ ପୋର୍ଟ ଲିମିଟେଡ (ଜେପିପିଏଲ) ନାମରେ ଏକ ଏସପିଭି ଗଠନ କରାଯାଇଛି। ୱେଷ୍ଟର୍ଣ୍ଣ ଡକ୍ ର ବିକାଶ ପାଇଁ ଭିତ୍ତି ପ୍ରସ୍ତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଅକ୍ଟୋବର ୧୭, ୨୦୨୩ରେ ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ୍ ମାରିଟାଇମ୍ ସମ୍ମିଳନୀ ୨୦୨୩ ର ତୃତୀୟ ସଂସ୍କରଣ ସମୟରେ ସ୍ଥାପନ କରାଯାଇଥିଲା।

ଏହି ଅବସରରେ ଶ୍ରୀ ଜିନ୍ଦଲ କହିଥିଲେ ଯେ, “ନୂତନ ୱେଷ୍ଟର୍ଣ୍ଣ ଡକ୍ ସବୁଠାରୁ ଆଧୁନିକ ଟର୍ମିନାଲ୍ ଭାବରେ ବିକଶିତ ହେବ ଏବଂ ଓଡିଶାର ବୃହତ ଶିଳ୍ପଗୁଡିକର ବର୍ତ୍ତମାନ ଏବଂ ବିସ୍ତାର କ୍ଷମତାକୁ ବହୁଗୁଣିତ କରିବ । ଏହା ଓଡ଼ିଶାରେ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ରୋଜଗାର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଯୋଗଦାନ କରିବ ବୋଲି ଆଶା କରାଯାଉଛି” ।

ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ର ବିକାଶ ପାଇଁ ଜେପିପିଏଲ ପ୍ରାୟ ୩,୪୦୦ କୋଟି ଟଙ୍କା ବିନିଯୋଗ କରିବ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୧୨.୫ ଏମଟିପିଏ ସହ ୨୦୨୫ ପ୍ରାରମ୍ଭରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପରେ ପାଞ୍ଚଟି ବର୍ଥ ନିର୍ମାଣ, ୧୭ ନିୟୁତ କ୍ୟୁବିକ୍ ମିଟର କାପିଟାଲ ଡ୍ରେଜିଂ, ୨୫ କିଲୋମିଟର ରେଳ ଟ୍ରାକ୍ ସ୍ଥାପନ, ପାଞ୍ଚଟି ଉଚ୍ଚ କ୍ଷମତା ସମ୍ପନ୍ନ ଜାହାଜ ଅନଲୋଡର୍, ବଲ୍କ କାର୍ଗୋ ପରିଚାଳନା ପାଇଁ ଛ’ଟି ଷ୍ଟାକର୍ ରିକ୍ଲେମର୍ ମେସିନ୍ ସ୍ଥାପନ, ୧୪ କିଲୋମିଟର ଦକ୍ଷ କନଭେୟର ସିଷ୍ଟମ୍, ରେଳ ୱାଗନରେ କୋଇଲା ଲୋଡ୍ କରିବା ପାଇଁ ପ୍ରତ୍ୟେକ ୪୦୦୦ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ସାଇଲୋ, ରେଳ ୱାଗନରେ ଚୂନ ପଥର ଲୋଡ୍ କରିବା ପାଇଁ ଦୁଇଟି ଯାନ୍ତ୍ରିକ ୱାଗନ୍ ଲୋଡର୍ ଏବଂ ଇସ୍ପାତ କାର୍ଗୋ ପରିଚାଳନା ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ ।  

Leave A Reply

Your email address will not be published.