ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଡିସେମ୍ବର ୧୦ରୁ ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ

0

ନୂଆଦିଲ୍ଲୀ: କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ଯୁବ ଓ ଆଶାୟୀ ପାରା ଆଥଲେଟ୍‌ (ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌)ମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଘୋଷଣା କରିଛନ୍ତି। ଏହା ଡିସେମ୍ବର ୧୦ରୁ ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ ।

ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି, ‘‘ମୁଁ ଗର୍ବର ସହ ଘୋଷଣା କରୁଛି ଯେ ଡିସେମ୍ବର ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଅନୁଷ୍ଠିତ ହେବ। ୩ଟି ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଷ୍ଟାଡିୟମରେ ମୋଟ ୭ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ।’’

ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଛନ୍ତି, ଖେଲୋ ଇଣ୍ଡିଆ ଯୋଜନା ଭାରତୀୟ କ୍ରୀଡ଼ା ପାଇଁ ଏକ ଯୁଗାନ୍ତକାରୀ ଯୋଜନା ସାବ୍ୟସ୍ତ ହୋଇଛି। ଖେଲୋ ଇଣ୍ଡିଆ ଗେମ୍ସ ଏହି ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ୨୦୧୮ ରୁ ମୋଟ ୧୧ଟି ଖେଲୋ ଇଣ୍ଡିଆ ଗେମ୍ସ ଆୟୋଜନ କରାଯାଇଛି । ୫ଟି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ୩ଟି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଏବଂ ୩ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ସଫଳତାର ସହ ଆୟୋଜନ କରାଯାଇଛି।

Leave A Reply

Your email address will not be published.