ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ବଙ୍ଗୋପସାଗର ରେ ବାତ୍ୟା ସମ୍ଭାବନା

0

ଭୁବନେଶ୍ବର: ଗତ କାଲି ଦକ୍ଷିଣ ଆଣ୍ଡମାନ ସାଗରରେ ରହିଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଆଜି ଦକ୍ଷିଣ ଆଣ୍ଡାମାନ ସାଗର ତତ୍ ସଂଲଗ୍ନ ମଲକ୍କା ଷ୍ଟ୍ରେଟ ନିକଟରେ ଲଘୁଚାପ ରେ ପରିଣତ ହୋଇଛି। ଏହି ଲଘୁଚାପ କ୍ରମଶଃ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୯ ତାରିଖ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଡିପ୍ରେଶନ ରେ ପରିଣତ ହେବ ପରେ ପୁଣି କ୍ରମଶଃ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଡିପ ଡିପ୍ରେଶନ ଓ ୦୧ ଡିସେମ୍ବର ବେଳକୁ ବାତ୍ୟା ରେ ପରିଣତ ହୋଇପାରେ ବୋଲି ଅଧିକାଂଶ ମଡେଲ ଆକଳନ କରୁଛନ୍ତି। କିଛି ମଡେଲ ଙ୍କ ଆକଳନ ଅନୁଯାୟୀ ଏହି ସିଷ୍ଟମ୍ ଟି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ତାମିଲନାଡ଼ୁ – ଆନ୍ଧ୍ରପ୍ରଦେଶ ଉପକୂଳ ରେ ପହଞ୍ଚିବା ପରେ ରିକର୍ଭ କରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ର ରୂପ ନେଇ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହେବ।

ବର୍ତ୍ତମାନ ସିଷ୍ଟମ୍ ଟି ଘନିଭୂତ ହେବା ପାଇଁ ବଙ୍ଗୋପସାଗର ରେ ଉଭୟ ବାୟୁମଣ୍ଡଳ ଓ ସାମୁଦ୍ରିକ ଉପାଦାନ ଗୁଡ଼ିକ ଅନୁକୂଳ ରହିଛି। MJO ବର୍ତ୍ତମାନ ୩ ନଂ ଫେଜ୍ ରେ ରହିଛି। ଏହା ୨୭ ନଭେମ୍ବର ରୁ ୦୬ ଡିସେମ୍ବର ଯାଏଁ ୩ ନଂ ଏବଂ ୪ ନଂ ଫେଜ ରେ ରହିବ। ସମୁଦ୍ର ପୃଷ୍ଠ ତାପମାତ୍ରା ୨୮-୩ ୦°ସି ରହିଛି। ସେହିପରି ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଟ୍ରପିକାଲ ସାଇକ୍ଲୋନ ପୋଟେନ୍ସିଆଲ ହିଟ୍ ୧୦୦-୧୨୦ KJ/CM2 ରହିଛି। ୱିଣ୍ଡ ସିଆର ମଧ୍ୟ ଅନୁକୂଳ ରହିଛି। ତେଣୁ ବାତ୍ୟା ସୃଷ୍ଟି ପାଇଁ ସବୁ ଉପାଦାନ ଅନୁକୂଳ ରହୁଛି।

ତେବେ ଏହି ସିଷ୍ଟମ୍ ର ଗତିପଥ ଏବେ ଅନିଶ୍ଚିତତା ରହିଛି। ଏ ସଂପର୍କ ରେ ଅଧିକ ସୂଚନା ସିଷ୍ଟମ୍ ଟି ଡିପ୍ରେଶନ ରୂପ ନେବା ପରେ ସ୍ପଷ୍ଟ ହେବ। ତେବେ ସମ୍ଭାବ୍ୟ ସିଷ୍ଟମ୍ ପ୍ରଭାବ ରେ ଉପକୂଳ ଓଡ଼ିଶା ରେ ୩ ଡ଼ିସେମ୍ବର ପରେ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.