ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ନୂଆ ଜୀବନ ପାଇଲେ ୪୧ ଶ୍ରମିକ

0
  • ଗୁରୁବାର ଓଡ଼ିଶାର ସମସ୍ତ ପାଞ୍ଚଜଣ ଫେରିବେ: ଶ୍ରମମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ଦୀର୍ଘ ୧୭ ଦିନ ଧରି ଜୀବନ-ମୃତ୍ୟୁ ସହିତ ଚାଲିଥିଲା ସଂଘର୍ଷ। ଶେଷରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଆଜି ଉଦ୍ଧାର କରାଯାଇଛି। ପାରମ୍ପରିକ ମୂଷା ଗାତ ଖୋଳା ପଦ୍ଧତି (୨୦୧୪ରୁ ଏହା ନିଷିଦ୍ଧ ଥିଲା) ଫର୍ମୁଲାରେ ଶ୍ରମିକମାନଙ୍କ ପାଖରେ ଉଦ୍ଧାରକାରୀ ଦଳର ପାଇପ ପହଞ୍ଚିଥିଲା ଓ ଏହି ବାଟ ଦେଇ ସେମାନଙ୍କୁ ବାହାରକୁ ଅଣାଯାଇଥିଲା। ଉଦ୍ଧାର ବେଳେ ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କ ସମେତ ଉଦ୍ଧାରକାରୀ ଦଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଆସନ୍ତା ଗୁରୁବାର ଦିନ ସେମାନେ ଓଡ଼ିଶା ଫେରିବେ ବୋଲି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପାଇପ ଯୋଗେ ସମସ୍ତଙ୍କୁ ସୁଡ଼ଙ୍ଗରୁ ବାହାରକୁ ଅଣାଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ସୂଚନା ମିଳିଛି।

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ସୁଡ଼ଙ୍ଗ ଭୁୁଶୁଡ଼ିପଡ଼ିଥିଲା। ଏହା ଭିତରେ ୪୧ ଜଣ ଶ୍ରମିକ ଫସିଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ବହୁ ଚେଷ୍ଟା କରାଯାଇଥିଲା। ହେଲେ ଅଗର ମେସିନଠୁ ଆରମ୍ଭ କରି ଡ୍ରିଲିଂ ମେସିନ୍ ଏବଂ ରୋବଟ୍ ବ୍ୟବହାର ପରେ ବି ଶ୍ରମିକଙ୍କ ଉଦ୍ଧାର ହୋଇପାରିନଥିଲା।

Leave A Reply

Your email address will not be published.