ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ନୂଆ ଜୀବନ ପାଇଲେ ୪୧ ଶ୍ରମିକ

0
  • ଗୁରୁବାର ଓଡ଼ିଶାର ସମସ୍ତ ପାଞ୍ଚଜଣ ଫେରିବେ: ଶ୍ରମମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ଦୀର୍ଘ ୧୭ ଦିନ ଧରି ଜୀବନ-ମୃତ୍ୟୁ ସହିତ ଚାଲିଥିଲା ସଂଘର୍ଷ। ଶେଷରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଆଜି ଉଦ୍ଧାର କରାଯାଇଛି। ପାରମ୍ପରିକ ମୂଷା ଗାତ ଖୋଳା ପଦ୍ଧତି (୨୦୧୪ରୁ ଏହା ନିଷିଦ୍ଧ ଥିଲା) ଫର୍ମୁଲାରେ ଶ୍ରମିକମାନଙ୍କ ପାଖରେ ଉଦ୍ଧାରକାରୀ ଦଳର ପାଇପ ପହଞ୍ଚିଥିଲା ଓ ଏହି ବାଟ ଦେଇ ସେମାନଙ୍କୁ ବାହାରକୁ ଅଣାଯାଇଥିଲା। ଉଦ୍ଧାର ବେଳେ ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କ ସମେତ ଉଦ୍ଧାରକାରୀ ଦଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଆସନ୍ତା ଗୁରୁବାର ଦିନ ସେମାନେ ଓଡ଼ିଶା ଫେରିବେ ବୋଲି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପାଇପ ଯୋଗେ ସମସ୍ତଙ୍କୁ ସୁଡ଼ଙ୍ଗରୁ ବାହାରକୁ ଅଣାଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ସୂଚନା ମିଳିଛି।

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ସୁଡ଼ଙ୍ଗ ଭୁୁଶୁଡ଼ିପଡ଼ିଥିଲା। ଏହା ଭିତରେ ୪୧ ଜଣ ଶ୍ରମିକ ଫସିଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ବହୁ ଚେଷ୍ଟା କରାଯାଇଥିଲା। ହେଲେ ଅଗର ମେସିନଠୁ ଆରମ୍ଭ କରି ଡ୍ରିଲିଂ ମେସିନ୍ ଏବଂ ରୋବଟ୍ ବ୍ୟବହାର ପରେ ବି ଶ୍ରମିକଙ୍କ ଉଦ୍ଧାର ହୋଇପାରିନଥିଲା।

Leave A Reply

Your email address will not be published.