ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ପୁଣି ଭୁବନେଶ୍ବରରେ ପାଳିତ ହେବ ପଥୋତ୍ସବ

0

ଭୁବନେଶ୍ବର: ଆସନ୍ତା ୨୪ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥୋତ୍ସବ। ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି। ଏନେଇ ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଂଯୋଜନାରେ ବିଏମସି ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ବର ମେୟର ଓ ବିଏମସି କମିଶନର ଉପସ୍ଥିତ ଥିଲେ।

୨୪ ତାରିଖ ରବିବାର ଦିନ ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ଯାଏଁ ଅନୁଷ୍ଠିତ ହେବ ପଥୋତ୍ସବ। ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟ ମଞ୍ଚ ରହିବ ଓ ରାମ ମନ୍ଦିର ନିକଟରେ ଦ୍ବିତୀୟ ମଞ୍ଚ ନିର୍ମାଣ କରାଯିବ। ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପଥୋତ୍ସବକୁ ପରିଚାଳନା କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ। ଏଥିରେ ଅଂଶଗ୍ରହଣ କରିବାକୁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏଏସଏଚଜି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି।

ଚଳିତବର୍ଷ ୩ଟି ଜୋନରେ ପଥୋତ୍ସବ ଅନୁଷ୍ଠିତ ହେବ। ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନ, ଜାନୁଆରୀ ୭ ଏବଂ ୨୧ରେ ଅନ୍ୟ ଦୁଇଟି ଜୋନରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି କମିଶନର। ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଞ୍ଜନ ସାହୁ, ଡେପୁଟି କମିଶନର ପ୍ରୀୟବ୍ରତ ପାଢୀ ଯୋଗ ଦେଇଥିଲେ।

Leave A Reply

Your email address will not be published.