ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପୁଣି ଭୁବନେଶ୍ବରରେ ପାଳିତ ହେବ ପଥୋତ୍ସବ

0

ଭୁବନେଶ୍ବର: ଆସନ୍ତା ୨୪ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥୋତ୍ସବ। ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି। ଏନେଇ ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଂଯୋଜନାରେ ବିଏମସି ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ବର ମେୟର ଓ ବିଏମସି କମିଶନର ଉପସ୍ଥିତ ଥିଲେ।

୨୪ ତାରିଖ ରବିବାର ଦିନ ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ଯାଏଁ ଅନୁଷ୍ଠିତ ହେବ ପଥୋତ୍ସବ। ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟ ମଞ୍ଚ ରହିବ ଓ ରାମ ମନ୍ଦିର ନିକଟରେ ଦ୍ବିତୀୟ ମଞ୍ଚ ନିର୍ମାଣ କରାଯିବ। ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପଥୋତ୍ସବକୁ ପରିଚାଳନା କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ। ଏଥିରେ ଅଂଶଗ୍ରହଣ କରିବାକୁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏଏସଏଚଜି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି।

ଚଳିତବର୍ଷ ୩ଟି ଜୋନରେ ପଥୋତ୍ସବ ଅନୁଷ୍ଠିତ ହେବ। ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନ, ଜାନୁଆରୀ ୭ ଏବଂ ୨୧ରେ ଅନ୍ୟ ଦୁଇଟି ଜୋନରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି କମିଶନର। ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଞ୍ଜନ ସାହୁ, ଡେପୁଟି କମିଶନର ପ୍ରୀୟବ୍ରତ ପାଢୀ ଯୋଗ ଦେଇଥିଲେ।

Leave A Reply

Your email address will not be published.