ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ନେତାଙ୍କ ଚିନ୍ତା ବଢାଇଲାଣି ଡିପ୍ ଫେକ ଭିଡିଓ

0

ଭୁବନେଶ୍ବର: ନେତାଙ୍କୁ ଚିନ୍ତାରେ ପକାଇଲାଣି ଡିପଫେକ୍ ଭିଡ଼ିଓ। ସାଇବର ଠକ ବ୍ଲାକମେଲ ପରେ କରିପାରନ୍ତି ବଦନାମ । ନେତାମାନେ ଚିନ୍ତାରେ ପଡିଥିବା ବେଳେ ଏବେଠୁ ସଜାଗ ହୋଇଛି ପୋଲିସ ।ପ୍ରଭାବଶାଳୀ ଲୋକଙ୍କ ଫୋଟୋ ଓ ଭିଡିଓ ବ୍ୟବହାର କରି ଆର୍ଟିଫିସିଆଲ ଇଣ୍ଟେଲିଜନ୍ସେ ମାଧ୍ୟମରେ ନକଲି ଭିଡିଓ ପ୍ରସ୍ତୁତ କରି ବଦନାମ କରନ୍ତି ସାଇବର ଠକ । ଏହା ଉପରେ ରୋକ ଲଗାଇବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ । ଡିପ ଫେକ ଭିଡିଓ ନେଇ ରାଜନୌତିକ ଦଳର ନେତାମାନେ ଚିନ୍ତା ପ୍ରକାଶ କରିଥିବା ବେଳେ କମିଶନରେଟ ପୋଲିସର ପଦେକ୍ଷପକୁ ସ୍ୱାଗତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ଚିନ୍ତା ବଢାଇଲାଣି ଡିପ୍ ଫେକ ଭିଡିଓ । ଚେହେରା ବଦଳିଯିବ, ବଦନାମ ହେବେ ନେତା ! ପର୍ଣ୍ଣ ଭିଡିଓ ବନାଇବା ଏବେ ହୋଇଯାଇଛି ସହଜ । ସାଇବର ଠକେଇକୁ ରୋକିବା ପାଇଁ କମିଶନରେଟ ପୋଲିସର ବ୍ଲୁପ୍ରିଣ୍ଟ । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପ୍‌ଫେକ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ନେଇ ବଢ଼ିଛି ଚିନ୍ତା । ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁକୁ ରଖି କରାଯାଉଥିବା ଚିତ୍ର ବା ଭିଡିଓ ଯେଉଁ ପ୍ରଯୁକ୍ତି ମାଧ୍ୟମରେ ତିଆରି କରାଯାଉଛି ତାହାକୁ କମ୍ପ୍ୟୁଟର ବିଜ୍ଞାନ ଭାଷାରେ ଡିପଫେକ୍‌ କୁହାଯାଉଛି ।

ଆଗକୁ ଓଡ଼ିଶାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେଣୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫେକ ଫଟୋ ଭିଡ଼ିଓ ଭାଇରାଲ ହେବାର ସମ୍ଭାବନା ଥିବାରୁ ଏବେଠୁ ସଜାଗ ହୋଇଛି କମିଶନରେଟ ପୋଲିସ । ସେପଟେ ଇଣ୍ଟରନେଟରେ ପାଖାପାଖି ୧ ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଡିପଫେକ ପର୍ଣ୍ଣଗ୍ରାଫି ଏକ ବ୍ୟବସାୟ ପାଲଟି ଯାଇଛି ।

ଏସବୁକୁ ଚ୍ୟାଲେଞ୍ଜ ଦେବାପାଇଁ କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ନେଇ ଦିଆଯାଇଛି ତାଲିମ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ। ସଫ୍ଟଓ୍ବେର କମ୍ପାନୀରେ କାମ କରୁଥିବା ଏହି ସାଇବର ଏକ୍ସପର୍ଟ ବିଭିନ୍ନ ଠକେଇ ନେଇ ମଧ୍ୟ ପୋଲିସ ଅଫିସରଙ୍କୁ ଟ୍ରେନିଂ ଦେବେ ବୋଲି କହିଛନ୍ତି ଡିସିପି ।

Leave A Reply

Your email address will not be published.