ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଏବର୍ଷ ଚିଲିକାରେ ପକ୍ଷୀସଂଖ୍ୟା ବଢ଼ିଛି

0

ପୁରୀ: ଚଳିତ ବର୍ଷ ଚିଲିକା ଚିଲିକାକୁ ଆସିଛନ୍ତି ୫ ହଜାର ୮୩୦ ଅଧିକ ପକ୍ଷୀ। ଆଜି ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ଅଧିକ ସଂଖ୍ୟକ ପକ୍ଷୀ ଚିଲିକାକୁ ଆସିଥିବା ଜଣାପଡ଼ିଛି। ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ। ଗତବର୍ଷ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଥିଲେ।

ଗତ ବର୍ଷ ତୁଳନାରେ ୫ହଜାର ୮୩୦ଅଧିକ ଥିବା ସଦ୍ୟ ସମାପ୍ତ ପକ୍ଷୀ ଗଣନାରୁ ଜଣାପଡିଛି। ବନ୍ୟପ୍ରାଣୀ ବିଭାଗ ଡିଏଫଓ ଅମ୍ଳାନ କୁମାର ନାୟକଙ୍କ ନେତୃତ୍ୱରେ ମୁଖ୍ୟ ବନ ସଂରକ୍ଷକ ବିକାଶ ରଞ୍ଜନ ଦାଶ, ନାଚୁରାଲ ହିଷ୍ଟ୍ରି ସୋସାଇଟିର ଉପ ନିର୍ଦ୍ଦେଶକ ଡ଼ଃ ପି ସାଥିଆସଭାଲମ, ଏସିଏଫ ଶତାବ୍ଦୀ ମିଶ୍ର ,ଏସିଏଫ ପ୍ରମୋଦ କୁମାର ସେଠି, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜିତ କୁମାର ଓ ଅନେକ ବିଶେଷଜ୍ଞ, ବିଶାରଦ, ବିଭିନ୍ନ କଲେଜର ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।

୨୦୨୨/୨୩ ବର୍ଷରେ ସମଗ୍ର ଚିଲିକାରେ ୧୮୪ପ୍ରଜାତିର ୧୧ଲକ୍ଷ ୩୧ହଜାର ୯୨୯ଟି ପକ୍ଷୀଙ୍କ ସଂଖ୍ୟା ଥିବା ବେଳେ ନଳବଣରେ ୩ଲକ୍ଷ ୪୨ହଜାର୮୯୭ଟି ପକ୍ଷୀ ଥିଲେ। ଚଳିତବର୍ଷ ପାଣିପାଗ ଭଲ ଥିବା ଦୃଷ୍ଟିରୁ ପକ୍ଷୀସଂଖ୍ୟା ଅଧିକ ହୋଇଛନ୍ତି। ନଳବଣରେ ସମୁଦାୟ ୩ ଲକ୍ଷ ୪୭ ହଜାର ୨୮୦ଟି ପକ୍ଷୀ ଥିବା ସଦ୍ୟ ସମାପ୍ତ ପକ୍ଷୀ ଗଣନାରୁ ଜଣାପଡ଼ିଛି। ବିଶେଷକରି ବାଲୁଗାଁ ରେଞ୍ଜର ନଳବଣରେ ଅଧିକ ଦେଖା ଦେଇଥିବା ସ୍ଥଳେ ସବୁଠାରୁ କମ ବାଲୁଗାଁ ରେଞ୍ଜର ନଇରୀ ଓ ସୋରଣ ଅଞ୍ଚଳ ରହିଛି।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ପକ୍ଷୀ ଗଣନାରେ ଚିଲିକାରେ ୧୯ଟି ଦଳ ଜଳ ଭାଗରେ ରହି ପକ୍ଷୀ ଗଣନା କରୁଥିବା ବେଳେ ସ୍ଥଳପଥରେ ରହି ୨ଟି ଦଳ ପକ୍ଷୀ ଗଣନା କରୁଥିଲେ ବୋଲି ଡିଏଫଓ ଅମ୍ଳାନ କୁମାର ନାଏକ କହିଛନ୍ତି। ଏହି ଗଣନା କାର୍ଯ୍ୟରେ ବିଶେଷଜ୍ଞ, ବିଶାରଦ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ସାମିଲ ହୋଇ ଗଣନା କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.