ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କର୍ତ୍ତବ୍ୟପଥରେ ବିଶ୍ବ ଦେଖିବ ଓଡ଼ିଶାର କଳା

0

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ  ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର (ସାଧାରଣତନ୍ତ୍ର) ଦିବସ‌ ପରେଡ୍‌ରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାଧ୍ୟମରେ କର୍ତ୍ତବ୍ୟପଥରେ ଦର୍ଶକମାନେ ଓଡ଼ିଶାର କଳାକୁ ଆଖି ଆଗରେ ଦେଖିବାର ସୁଯୋଗ ପାଇପାରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଚିଠି ଜାରି ହୋଇଛି।

ଚିଠିରେ ଉଲ୍ଲେଖ ‌ହୋଇଛ ଯେ, ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ଲଦାଖ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରରୁ ପ୍ରଜ୍ଞାପନ ମେଢ଼ ପାଇଁ ମନୋନୀତ କରାଯାଇଛି । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି ହୋଇଥିବା ପ୍ରକାଶ ।

Leave A Reply

Your email address will not be published.