ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ମନ୍ତ୍ରୀଙ୍କ ଗାଡି ଧକ୍କାରେ ନାବାଳକ ଗୁରୁତର

0

ରାୟଗଡ଼ା: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଆଇନ୍‌ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଯାଇଥିଲେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗସ୍ତ ସାରି ସେଠାରୁ ଫେରିବା ସମୟରେ ବେଲକଣା ଗ୍ରାମ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ମନ୍ତ୍ରୀଙ୍କ ଗାଡ଼ି ବିଷମକଟକ ବ୍ଲକ ଢେପାଗୁଡା ନିବାସୀ ଗୁଣୁଲୁ ସୁଧୀରଙ୍କ ୪ ବର୍ଷ ବୟସର ଶିଶୁପୁତ୍ରଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁଁ ଶିଶୁର ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଛି।

ତେବେ ଦୁର୍ଘଟଣା ପରେ ଡ୍ରାଇଭର ସଂଘ ମନ୍ତ୍ରୀଙ୍କ ଗାଡ଼ିକୁ ଘେରିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। କିନ୍ତୁ ଦୁର୍ଘଟଣାର ଶିକାର ହୋଇଥିବା ଶିଶୁକୁ ଖୋଦ୍ ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ଗାଡ଼ିରେ ଶିଶୁକୁ ଆଣି ଚିକିତ୍ସା କରାଉଛନ୍ତି। ବର୍ତ୍ତମାନ ଶିଶୁଟି ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି। ଶ୍ରୀ ସାରକା କହିଛନ୍ତି, ବେଗ ମନ୍ଥର ଥିବା ବେଳେ ଶିଶୁଟି ହଠାତ ଗାଡ଼ି ଆଗକୁ ଚାଲିଆସିଥିଲା। ଫଳରେ ଗାଡ଼ିର ସାମାନ୍ୟ ଧକ୍କାରେ ଶିଶୁଟି ତଳେ ପଡ଼ିଯାଇଥିଲା।

Leave A Reply

Your email address will not be published.