ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ

0

ଯାଜପୁର: ପୋଖରୀରେ ପଡିଯିବାରୁ ଦୁଇଟି ନିଷ୍ପାପ ଶିଶୁଙ୍କ ଜୀବନ ଦୀପ ଲିଭି ଯାଇଛି । ମୃତକ ଦୁଇ ଜଣ ସଂପର୍କୀୟ ଭାଇ-ଭଉଣୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଳସାହିରୁ ଏମିତି ଏକ ଦୁଃଖଦ ଖବର ଆସିଛି । ମୃତ ଶିଶୁ ଦୁଇ ଜଣ ହେଉଛନ୍ତି କୁଳସାହି ଗାଁର ମାନସ ଜେନାଙ୍କ ପୁଅ କାହ୍ନୁ ଜେନା ଓ ମିଥୁନ୍ ଜେନାଙ୍କ ଝିଅ ରୂପା ଜେନା ।

ସୂଚନାନୁସାରେ, କାହ୍ନୁ ଓ ରୂପା ଘର ପାଖରେ ଖେଳୁଥିଲେ । ମାଆ ଘରେ ରୋଷେଇ କରୁଥିବା ବେଳେ ପିଲାମାନେ ବାହାରେ ଖେଳୁଥିଲେ । ଦୁହେଁ ଖେଳୁ ଖେଳୁ ପୋଖରୀ ପାଖକୁ ଚାଲି ଯିବାରୁ ଦୁର୍ଭାଗ୍ୟବଶତଃ ପାଣିରେ ପଡିଯାଇଥିଲେ । ମାଆ ରୋଷେଇ ସାରି ବାହାରକୁ ଆସି ପିଲାଙ୍କୁ ପାଇନଥିଲେ । ଖୋଜା ଖୋଜି କରି ପିଲା ଦୁଇଜଣଙ୍କୁ ନପାଇବାରୁ ଗାଁ ଲୋକଙ୍କୁ କହିଥିଲେ । ଗ୍ରାମବାସୀ ଖୋଜାଖୋଜି କରିବା ପରେ ଘର ପାଖ ପୋଖରୀରୁ ପ୍ରଥମେ କାହ୍ନୁକୁ ପାଇଥିଲେ । ପରେ ରୂପାକୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ପିଲା ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.