ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଝୁଲନ୍ତା ଅବସ୍ଥାରେ ବିଡିଓଙ୍କ ମୃତଦେହ ଉଦ୍ଧାର

0

ସିମୁଳିଆ: ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ୬ ମାସ ହେବ ସିମୁଳିଆରେ ନିଯୁକ୍ତି ହୋଇଥିଲେ ବିଶ୍ୱରଞ୍ଜନ।

ସୂଚନାଯୋଗ୍ୟ, ଆଜି ଦିନ ୧୧ଟା ବେଳେ କିଛି ସମୟ ପାଇଁ ଅଫିସ ଯାଇଥିଲେ ବିଶ୍ୱରଞ୍ଜନ ମହାନ୍ତି। ମାତ୍ର କିଛି ସମୟ କାର୍ଯ୍ୟ କରି ସରକାରୀ ବାସଭବନକୁ ଚାଲିଯାଇଥିଲେ । ଅପରାହ୍‌ଣ ଚାରିଟା ସୁଦ୍ଧା କାର୍ଯ୍ୟାଳୟକୁ ନ ଆସିବାରୁ ପିଅନ ଡାକିବାକୁ ଯାଇଥିଲେ। ତେବେ ବିଡିଓଙ୍କ ସରକାରୀ ବାସଗୃହ ଭିତରୁ ଗ୍ରିଲ ଓ କବାଟ ଦିଆ ଯାଇଥିଲା। ବିଡ଼ିଓଙ୍କୁ ଡାକିବାରୁ ସେ ଶୁଣି ନଥିଲେ। ଫଳରେ ପିଅନ ଜଣକ ଏନେଇ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଖବର ଦେଇଥିଲେ। ଭିସିରେ ଯୋଗ ନଦେବାରୁ ତାଙ୍କୁ ଖୋଜା ପଡିଥିଲା l

କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ଭିତର ପାର୍ଶ୍ବରୁ ବନ୍ଦ ଥିବା ଘର ଭିତରୁ କୌଣସି ପ୍ରତିକ୍ରିୟା ଆସି ନଥିଲା। ଫଳରେ ସିମୁଳିଆ ତହସିଲଦାର ସୁନୀଲ କୁମାର ଟୁଡୁ ଓ ଥାନା ଅଧିକାରୀ ସ୍ଵର୍ଣ୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଂଚିବା ପରେ ତାଲା ଭଙ୍ଗା ଯାଇଥିଲା। ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା

ବାସଭବନରେ  ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।ଘଟଣା ସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଁଚିଲେ  । ତେବେ ଆଜି ଅଫିସରେ କିଛି କାଗଜପତ୍ର ଖୋଜିବା ପରେ ନ ମିଳିବାରୁ ବ୍ୟସ୍ତ ଥିବା କହିଛନ୍ତି କର୍ମଚାରୀ । ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଠ ହୋଇନାହିଁ ।

Leave A Reply

Your email address will not be published.