ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ଅଟଳ ସେତୁକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ସମୁଦ୍ର ସେତୁ ଅଟଳ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜକୁ ‘ଅଟଳ ବିହାରୀ ବାଜପାୟୀ-ସେୱାରୀ ହ୍ନାୱା ଅଟଳ ସେତୁ’ ନାମରେ ନାମିତ କରାଯାଇଛି । ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ପୋଲର ଶିଳାନ୍ୟାସ କରିଥିଲେ । ୧୭ ହଜାର ୮୪୩ କୋଟି ବ୍ୟୟରେ ପ୍ରସ୍ତୁତ ହୋଇଛି ଦେଶର ସବୁଠାର ବଡ ସମୁଦ୍ର ସେତୁ ଅଟଳ ସେତୁ । ବ୍ରିଜ୍ ନିର୍ମାଣରେ ଲାଗିଛି ୨ ମେଟ୍ରିକ୍ ଟନ୍ ଷ୍ଟିଲ, ୫ ଲକ୍ଷ ମେଟ୍ରିକ୍ ଟନ୍ ସିମେଂଟ୍। ଏହି ବ୍ରିଜ୍ ଉପରେ ସର୍ବାଧିକ ୧୦୦ କି.ମି ବେଗରେ ଗାଡି ଚଳାଇ ପାରିବେ ଚାଳକ। ୨୧.୮ କିଲୋମିଟର ଲମ୍ବା ୬ ଲେନ୍ ବିିଶିଷ୍ଟ ଏହି ବ୍ରିଜକୁ ମୁମ୍ବାଇ ଟ୍ରାନ୍ସ ହାର୍ବର ସି-ଲିଙ୍କ ମଧ୍ୟ କୁହାଯାଉଛି । ସମୁଦ୍ର ସେତୁ ଉପରେ ଭାରି ଯାନ, ବାଇକ୍, ଅଟୋ ରିକ୍ସା ଏବଂ ଟ୍ରାକ୍ଟର ଯିବାର ଅନୁମତି ନାହିଁ। ସୁରକ୍ଷା ଦୃଷ୍ଟିରୁ ବ୍ରିଜ୍ ରେ ଲାଗିଛି ୪୦୦ ସିସି ଟିଭି କ୍ୟାମେରା।

ଏହି ସେତୁ ମୁମ୍ବାଇ ଓ ନଭି ମୁମ୍ବାଇକୁ ଯୋଡିଛି । ଯାହା ଦ୍ୱାରା ୨ ଘଂଟାର ବାଟକୁ ମାତ୍ର ୨୦ ମିନିଟରେ କରିହେବ । ଅଟଳ ସେତୁକୁ ଲୋକାର୍ପଣ କରିବା ସହ ଆୟୋଜିତ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୨୨ କିଲୋମିଟର ଲମ୍ବା ଅଟଳ ସେତୁକୁ ନିର୍ମାଣ କରିବା ପାଇଁ ୭ ବର୍ଷ ସମୟ ଲାଗିଛି । ଏ ସେତୁ ମୁମ୍ବାଇରେ ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ଅନେକ ସହାୟକ ହେବ ।

Leave A Reply

Your email address will not be published.