ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଏଣିକି ପରିଷ୍କାର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବେ ଡାକ୍ତର

0

ଭୁବନେଶ୍ବର: ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ। ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଲେଖିବାକୁ ନିର୍ଦ୍ଦେଶ ଦେଲେ। କ୍ୟାପିଟାଲ ଲେଟର, ଟାଇପ୍‌ କିମ୍ବା ଗୋଲ୍‌ ଗୋଲ୍‌ ଲେଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶ। ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ ବୋଲି ନିର୍ଦ୍ଦେଶନାମାରେ ଲେଖାଯାଇଛି।

ଡାକ୍ତରଙ୍କ ହାତ ଲେଖା ପ୍ରେସ୍‌କ୍ରିପ୍‌ସନ୍‌କୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଦେଉଥିଲା। ସେହି ପ୍ରେସ୍‌କ୍ରିପ୍‌ସନ୍‌, ଶବ ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ରିପୋର୍ଟ ଗୁଡ଼ିକ ସାଧାରଣ ଲୋକ ପଢ଼ି ପାରୁନଥିଲେ। ଏପରିକି ପ୍ରଶାସନିକ ଅଧିକାରୀମାନେ ପଢ଼ିପାରୁନଥିଲେ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଓଡିଶା ହାଇକୋର୍ଟ। ପ୍ରେସ୍‌କ୍ରିପ୍‌ସନ୍‌ ଓ ଅନ୍ୟାନ୍ୟ ରିପୋର୍ଟ ସବୁ ସ୍ପଷ୍ଟ ଭାବେ ଲେଖିବାକୁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ପରାମର୍ଶ ଦେଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ (କ୍ୟାପିଟାଲ ଲେଟର, ଟାଇପ୍‌ କିମ୍ବା ଗୋଲ୍‌ ଗୋଲ୍‌) ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟରେ କାର୍ଯ୍ୟରତ ସବୁ ଡାକ୍ତର, ସରକାରୀ ମେଡ଼ିକାଲ୍‌ କଲେଜ, ପ୍ରାଇଭେଟ୍‌ ମେଡ଼ିକାଲ୍‌, କ୍ଲିନିକ ଆଦିକୁ ଚିଠି କରାଯାଇଛି।

Leave A Reply

Your email address will not be published.