ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଦୁଇ ମୋଟର ସାଇକେଲ ଧକ୍କାରେ ୨ଜଣଙ୍କ ମୃତ୍ୟୁ

0

କୋରାପୁଟ: ଦୁଇ ମୋଟର ସାଇକେଲ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ନନ୍ଦପୁର ବ୍ଲକ ଖମରାର ଗ୍ରାମ ଧନିଆ ଖରା ଏବଂ ମାଣିକ ଖେମୁଣ୍ଡୁ। ସେହିପରି ଲମତାପୁଟ ବ୍ଲକ ପାଲାମଗ୍ରାମର ରବୀନ୍ଦ୍ର ଖରା ଗୁରୁତର ହୋଇ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକତ୍ସାଧୀନ ଅଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ମଟର ସାଇକେଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ମାଛକୁଣ୍ଡ ଆଇଆଇସି କହିଛନ୍ତି। ଦ୍ରୁତ ଗତି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏତେ ଜୋରରେ ଧକ୍କା ହୋଇଥିଲା ଯେ ଗୋଟିଏ ବାଇକ୍ ଛିଟିକି ରାସ୍ତା ବାହାରକୁ ଚାଲି ଯାଇଥିଲା। ଧନିଆ ଖରା ଓ ମାଣିକ ଖେମୁଣ୍ଡୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.