ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ଆକାଶରେ ବିମାନ ଉଡାଣକୁ ନେଇ କଟକଣା

0

ନୂଆଦିଲ୍ଲୀ; ଆଜିଠାରୁ ଅର୍ଥାତ ଜାନୁଆରୀ ୧୯ ତାରିଖରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଆକାଶରେ ବିମାନ ଉଡାଣକୁ ନେଇ କଟକଣା ଲଗାଯାଇଛି । ଏହି ୮ ଦିନ ଧରି ସକାଳ ୧୦.୨୦ ମିନିଟରୁ ମଧ୍ୟାହ୍ନ ୧୨.୪୫ ମିନିଟ ପର୍ଯ୍ୟନ୍ତ ଦିଲ୍ଲୀ ବିମାନବନ୍ଦରରେ କୌଣସି ବିମାନ ଅବତରଣ କରିପାରିବ ନାହିଁ କି କୌଣସି ବିମାନ ଉଡାଣ ଭରିପାରିବ ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆଦେଶନାମା ଜାରି କରାଯାଇଛି।

ସେପଟେ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏହି କ୍ରମରେ ଦିଲ୍ଲୀ ପୋଲିସ ଆତଙ୍କବାଦୀ ଆକ୍ରମଣ ସ୍ଥିତିକୁ ଅନୁକରଣ କରିବାକୁ ଅକ୍ଷରଧାମ ମନ୍ଦିରରେ ଏକ ମକ୍ ଡ୍ରିଲ ମଧ୍ୟ କରିଛି ।

Leave A Reply

Your email address will not be published.