ପ୍ରମୁଖ ଖବର

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଦିଲ୍ଲୀ ଆକାଶରେ ବିମାନ ଉଡାଣକୁ ନେଇ କଟକଣା

0

ନୂଆଦିଲ୍ଲୀ; ଆଜିଠାରୁ ଅର୍ଥାତ ଜାନୁଆରୀ ୧୯ ତାରିଖରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଆକାଶରେ ବିମାନ ଉଡାଣକୁ ନେଇ କଟକଣା ଲଗାଯାଇଛି । ଏହି ୮ ଦିନ ଧରି ସକାଳ ୧୦.୨୦ ମିନିଟରୁ ମଧ୍ୟାହ୍ନ ୧୨.୪୫ ମିନିଟ ପର୍ଯ୍ୟନ୍ତ ଦିଲ୍ଲୀ ବିମାନବନ୍ଦରରେ କୌଣସି ବିମାନ ଅବତରଣ କରିପାରିବ ନାହିଁ କି କୌଣସି ବିମାନ ଉଡାଣ ଭରିପାରିବ ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆଦେଶନାମା ଜାରି କରାଯାଇଛି।

ସେପଟେ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏହି କ୍ରମରେ ଦିଲ୍ଲୀ ପୋଲିସ ଆତଙ୍କବାଦୀ ଆକ୍ରମଣ ସ୍ଥିତିକୁ ଅନୁକରଣ କରିବାକୁ ଅକ୍ଷରଧାମ ମନ୍ଦିରରେ ଏକ ମକ୍ ଡ୍ରିଲ ମଧ୍ୟ କରିଛି ।

Leave A Reply

Your email address will not be published.