ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୋମବାର ୨୦୦୦ ଟଙ୍କିଆ ନୋଟ ବଦଳ ବନ୍ଦ ରହିବ

0

ମୁମ୍ବାଇ : ଆସନ୍ତା ସୋମବାର ଦିନ ବନ୍ଦ ରହିବ ୨୦୦୦ ଟଙ୍କିଆ ନୋଟ୍ ବଦଳ। ଜାନୁଆରି ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା  ସମାରୋହ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସେଦିନ ରିଜର୍ଭ ବ୍ୟାଙ୍କ ବି ଅଧାଦିନ ବନ୍ଦ ରହିବ

ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ଓ ବିଭିନ୍ନ ରାଜ୍ୟରେ ଥିବା ଆଂଚଳିକ କାର୍ଯ୍ୟାଳୟଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ବଦଳ ବନ୍ଦ ରହିବ। କେବଳ ୨୦୦୦ ଟଙ୍କିଆ ନୋଟ ନୁହେଁ ରିଜର୍ଭ ବ୍ୟାଙ୍କର ଅନ୍ୟାନ୍ୟ କାରବାର ମଧ୍ୟ ବନ୍ଦ ରହିବ। ସେଗୁଡ଼ିକ ମଧ୍ୟରେ ରହିଛି ସରକାରୀ ସିକ୍ୟୁରିଟି କାରବାର, ବିଦେଶୀ ମୁଦ୍ରା କାରବାର, ଟଙ୍କା ସୁଧହାର ଡେରିଭେଟିଭ୍ କାରବାର ଇତ୍ୟାଦି। ପରବର୍ତ୍ତି ଦିନ ଅର୍ଥାତ ୨୩ ତାରିଖରୁ ଏସବୁ କାରବାର ସ୍ବାଭାବିକଭାବେ ହେବ ।

Leave A Reply

Your email address will not be published.