ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୋମବାର ୨୦୦୦ ଟଙ୍କିଆ ନୋଟ ବଦଳ ବନ୍ଦ ରହିବ

0

ମୁମ୍ବାଇ : ଆସନ୍ତା ସୋମବାର ଦିନ ବନ୍ଦ ରହିବ ୨୦୦୦ ଟଙ୍କିଆ ନୋଟ୍ ବଦଳ। ଜାନୁଆରି ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା  ସମାରୋହ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସେଦିନ ରିଜର୍ଭ ବ୍ୟାଙ୍କ ବି ଅଧାଦିନ ବନ୍ଦ ରହିବ

ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ଓ ବିଭିନ୍ନ ରାଜ୍ୟରେ ଥିବା ଆଂଚଳିକ କାର୍ଯ୍ୟାଳୟଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ବଦଳ ବନ୍ଦ ରହିବ। କେବଳ ୨୦୦୦ ଟଙ୍କିଆ ନୋଟ ନୁହେଁ ରିଜର୍ଭ ବ୍ୟାଙ୍କର ଅନ୍ୟାନ୍ୟ କାରବାର ମଧ୍ୟ ବନ୍ଦ ରହିବ। ସେଗୁଡ଼ିକ ମଧ୍ୟରେ ରହିଛି ସରକାରୀ ସିକ୍ୟୁରିଟି କାରବାର, ବିଦେଶୀ ମୁଦ୍ରା କାରବାର, ଟଙ୍କା ସୁଧହାର ଡେରିଭେଟିଭ୍ କାରବାର ଇତ୍ୟାଦି। ପରବର୍ତ୍ତି ଦିନ ଅର୍ଥାତ ୨୩ ତାରିଖରୁ ଏସବୁ କାରବାର ସ୍ବାଭାବିକଭାବେ ହେବ ।

Leave A Reply

Your email address will not be published.