ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଆସନ୍ତାକାଲି ଚିଲିକାରେ ଡଲଫିନ୍ ଗଣନା

0

ବ୍ରହ୍ମଗିରି: ଏସିଆ ମହାଦେଶର ସବୁଠୁ ବଡ଼ ଖାର ପାଣି ହ୍ରଦ ‘ଚିଲିକା’ରେ ଆସନ୍ତାକାଲି ଶନିବାର ଇରାୱାଡି ଡଲଫିନ୍‌ଙ୍କ ଗଣନା କରାଯିବ। ପୁରୀ ଜିଲ୍ଲା ସାତପଡ଼ାରେ ଇରାୱାଡି ଡ଼ଲଫିନ୍‌ଙ୍କ ଗଣନା ପାଇଁ ମୋଟ ୧୮ଟି ଟିମ୍‌ ନିୟୋଜିତ ହେବେ। ଏହି ଟିମ୍‌ରେ ଥିବା ସଦସ୍ୟମାନେ ଚିଲିକାର ୪ଟି ଅଞ୍ଚଳକୁ ଯାଇ ଡ଼ଲଫିନ ଗଣତି କରିବେ ବୋଲି ବନ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ( ବାଲୁଗାଁ ) ଅଧିନରେ ଥିବା ୫ ଟି ରେଞ୍ଜ୍ ଇଲାକାରେ ଏହି ଡଲଫିନ୍ ଗଣନା କରାଯିବ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଆଜି ସାତପଡ଼ାସ୍ଥିତ ସିଡିଏ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଦିଆଯାଇଛି। ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ୍‌, ସାଉଥର୍ନ ସେକ୍ଟରରେ ୪ଟି ଟିମ୍‌, ନର୍ଦନ ସେକ୍ଟରେ ‌ଗୋଟିଏ ଟିମ୍‌ ଓ ଆଉଟର ଚ୍ୟାନେଲରେ ୭ଟି ଟିମ୍‌ ଡଲ୍‌ଫିନ୍‌ ଗଣିବେ। ପ୍ରତ୍ୟକ ଟିମ୍‌ରେ ୮-୧୦ ଜଣ ସଦସ୍ୟ ରହିବେ। ଭୋର ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଗଣତି ଚାଲିବ। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ପର୍ଯ୍ୟଟକଙ୍କ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ।

Leave A Reply

Your email address will not be published.