ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଚତୁର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୬୧ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ

0

ଭୁବନେଶ୍ବର: ୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ତୃତୀୟ ଦିନରେ ଶନିବାର ୫ଟି ଜିଲ୍ଲାରେ ୩୬୧ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ବଲାଙ୍ଗୀର ଜିଲ୍ଲାର ୧୦୦, ସମ୍ବଲପୁର ଜିଲ୍ଲାର ୬୩, ରାୟଗଡ଼ା ଜିଲ୍ଲାର ୬୦ ଓ ନୂଆପଡ଼ା ଜିଲ୍ଲାର ୩୩ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ; ଆଜି ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୩୬୧ ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ମୟୂରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୩ଟି ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ୩୩, ରାୟଗଡ଼ାର ୬୦ ଓ ବଲାଙ୍ଗୀରର ୧୦୦ଟି ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ସ୍କୁଲ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନର ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସ୍କୁଲ ରୂପାନ୍ତର ଓଡ଼ିଶା ଜାତିର ପ୍ରଗତୀରେ ପ୍ରମୁଖ ଭୂମିକା ନେବ। ଜୀବନରେ ସଫଳ ହେବାକୁ ହେଲେ ୫-ଟି ନୀତି ଗ୍ରହଣ କର। ସବୁ କ୍ଷେତ୍ରରେ ସାଧୁତା ରଖ। ସମୟର ସଦୁପଯୋଗ କଲେ ସବୁ ବେଳେ ଆଗରେ ରହିବ।

ଆଗକୁ ମୁଖ୍ୟମନ୍ତ୍ରୀ କହିଥିଲେ, ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭୯୪ ସ୍କୁଲ ରୂପାନ୍ତର ହେଉଛି। ଏହି ରୂପାନ୍ତର କାମ ଶୀଘ୍ର ସରିବ। ଓଡ଼ିଶାରେ ଏବେ ରୂପାନ୍ତର ଯୁଗ ଚାଲିଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଓ ରାସ୍ତାଘାଟର ରୂପାନ୍ତର କରାଯାଉଛି।

Leave A Reply

Your email address will not be published.