ପ୍ରମୁଖ ଖବର

ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

୧୧୩୨ ଜଣ ପାଇବେ ଜାତୀୟ ସାହସିକତା ଓ ସେବା ପୁରସ୍କାର

0

ନୂଆଦିଲ୍ଲୀ: ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୨୭୭ଟି ସାହସିକତା ପୁରସ୍କାର ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗ ପାଇଁ ଏହି ସମ୍ମାନ ପାଇବେ। ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ମିଳିବ ସମ୍ମାନ। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ତାଲିକା ଏହି ପ୍ରକାଶ ପାଇଛି। ୨୭୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର।

ସୂଚନା ଅନୁଯାୟୀ, ଓଡ଼ିଶାର ୧୫ ଜଣଙ୍କୁ ଦିଆଯିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଗୃହବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସେହିପରି କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ। ଏହାଛଡ଼ା ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ। ଆଇଜି ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ ଡିଏସପି ରାଙ୍କର ଅଧିକାରୀ ପାଇବେ ପଦକ। ଡିଏସପି ସାରଦା ପ୍ରସନ୍ନ ପ୍ରଧାନ,ପ୍ରଦୀପ ସାମଲ ଓ ପ୍ରଶାନ୍ତ ସାହୁଙ୍କୁ ମିଳିବ ସମ୍ମାନ। ଇନ୍ସପେକ୍ଟର ରଶ୍ମୀରଂଜନ ମହାପାତ୍ର ପାଇବେ ପଦକ। ଡେପୁଟି କମାଣ୍ଡାଣ୍ଟ ରଜତ କେରକେଟା ପାଇବେ ପୁରସ୍କାର। ହାବିଲଦାର ଦିଲ୍ଲୀପ କୁମାର ନାଏକ ପାଇବେ ପଦକ। ଏଏସଆଇ ବିଜୟ କୁମାର ପ୍ରଧାନ ପାଇବେ ପୁରସ୍କାର। ସିପାହୀ ବନମାଳୀ ରାୟ, ନାମବାହଦୁର ଛେତ୍ରୀଙ୍କୁ ସମ୍ମାନ ମିଳିବ। 

Leave A Reply

Your email address will not be published.