ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଦଶପଲ୍ଲା ଟ୍ରକ୍-ବସ୍ ଦୁର୍ଘଟଣାରେ ୪ ମୃତ, ୧୦ରୁ ଅଧିକ ଆହତ

0

ନୟାଗଡ: ଦଶପଲ୍ଲା ଟ୍ରକ୍-ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ। ଡ୍ରାଇଭର୍ ନୁହେଁ ବରଂ ମଦ ପିଇ ଟ୍ରକ ଚଳାଉଥିଲା ହେଲପର୍ । ବେପାରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ୪ ନୀରିହ ଜୀବନ । ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି ପୋଲିସ। 

ସୂଚନାଯୋଗ୍ୟ, ଦଶପଲ୍ଲାରୁ ହରିଶଙ୍କର ଯାଉଥିବା ପିକନିକ ବସକୁ ଆଜି ସକଳ ସମୟରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୧୦ରୁ ଅଧିକ ଗୁରୁତର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏକ ଘରୋଇ କୋଚିଂ ସେଣ୍ଟରର ୫୦ ଛାତ୍ରଛାତ୍ରୀ ପିକ୍‌ନିକ୍‌ ଯାଉଥିଲେ। ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଥିଲା ଏହି ଅଘଟଣ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲପର ଅଟକ ଅଛନ୍ତି। 

Leave A Reply

Your email address will not be published.