ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ଆସନ୍ତା ୩ ଦିନ ପ୍ରବଳ ଶୀତ ସହ ଘନ କୁହୁଡି

0

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ଧରି ବର୍ଷା ଲାଗି ରହିବା ସହ ଶୀତ ମଧ୍ୟ ଅନୁଭୁତ ହେଉଥିଲା। ତେବେ ଗତ କାଲିଠାରୁ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଆଜିଠାରୁ ପ୍ରବଳ ଶୀତ ହେବ ବୋଲି କହିଛି ପାଣିପାଗ ବିଭାଗ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡି ମଧ୍ୟ ଲାଗି ରହିବ। ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ପବନ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ଲହରୀ ନେଇ ସତର୍କତା ଜାରି କରାଯାଇଛି। ଶୀତ ଲହରୀ ସମୟରେ ଶିଶୁ ଏବଂ ବୟସ୍କ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ରାତିରେ ବାଇକରେ ଲଙ୍ଗଡ୍ରାଇଭରେ ଯିବାକୁ ବାରଣ କରାଯାଇଛି। ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ଝାରସୁଗୁଡାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି।

ସେପଟେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି। ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଘନ କୁହୁଡି ସମ୍ଭାବନା ଥିବାରୁ  ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ମିଟର ରହିବ ବୋଲି ଆକଳନ କରାଯାଇଛି। ତେଣୁ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.