ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଫେବୃଆରି ୩ରୁ ୯ ତାରିଖ ପର୍ଯ୍ୟନ୍ତ ଏକାମ୍ର ଉତ୍ସବ

0

ଭୁବନେଶ୍ବର: ଆସନ୍ତା ଫେବୃଆରି ୩ରୁ ୯ ତାରିଖ ଯାଏଁ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷା ଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

ସୂଚନାଯୋଗ୍ୟ, ଲୋକଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ । ଏଥିରେ ଅନୁଷ୍ଠିତ ହେବ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। ଯେଉଁଠାରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ ବ୍ୟାଣ୍ଡ ପରିବେଷଣ । ୭ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ସ୍ମୃତି ତୁମେ ଅକ୍ଷୟ ଶୀର୍ଷକ କାର୍ଯ୍ୟକ୍ରମ ରହିଛି। ଏଥିରେ ଜ୍ୟୋତିର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁଙ୍କ ଭଳି କଳାକାର ଯୋଗଦେବେ ।

ସେହିପରି ୪ ଫେବ୍ରୁଆରୀ ସଙ୍ଗୀତର ତାଳେ ତାଳେ କାର୍ଯ୍ୟକ୍ରମରେ ଅନୁରାଧା ପୌଡୱାଲ,ସୁରେଶ ୱାଡେକର ଯୋଗଦେବେ । ୫ ତାରିଖରେ  ଅଭୁଲା ଅତୀତ, ୬ରେ ଭାଷା ହିଁ ଭବିଷ୍ୟତ, ୭ରେ ବସନ୍ତର ସ୍ୱର, ୮ରେ ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟା, ୯ରେ ତୁମେ ଚାହିଁଲ ବୋଲି କାର୍ଯ୍ୟକ୍ରମରେ ଜୁବିନ ନୌତାଆଲ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ଏହାଛଡ଼ା ଉତ୍ସବରେ ଓଡିଶାର ସୁଆଦିଆ ଖାଦ୍ୟର ମଜା ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ଆମ ବ୍ୟଞ୍ଜନ କାର୍ଯ୍ୟକ୍ରମ  ସାମିଲ କରାଯାଇଛି। ଗୋଟିଏ ଷ୍ଟଲରେ ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ। 

ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ରାତ୍ରିକାଳୀନ ବଜାର ଖୋଲିବ। ଭୁବନେଶ୍ୱର କାହାଣୀ ଉତ୍ସବ ବା ଭୁ-ଫେଷ୍ଟୋର ତୃତୀୟ ସଂସ୍କରଣ ଆକର୍ଷଣୀୟ କାହାଣୀ ସହିତ ପ୍ରମୁଖ ୪ଟି ଭିନ୍ନ ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, ଏପିଜେ ଅବଦୁଲ କାଲାମ ପାର୍କ, ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କ ଠାରେ ଅନୁଷ୍ଠିତ ହେବ। ୭,୮, ୯ରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ ଶୋ ମଧ୍ୟ ଅନୁଷ୍ଠିତ ହେବ।  ଏଥିରେ ୨୦୦ଟି ଡ୍ରୋନ ସାମିଲ ହେବ ।

Leave A Reply

Your email address will not be published.