ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

0

ଭୁବନେଶ୍ବର: ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ପାଇବେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ । ଦେବୀପ୍ରସନ୍ନଙ୍କୁ ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ବିଶ୍ଵ ଓଡିଆ  ଭାଷା ସମ୍ମିଳନୀ ଅବସରରେ ତାଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ  ସମ୍ମାନିତ କରାଯିବ। ଓଡ଼ିଆ  ଭାଷା  ଉପରେ ତାଙ୍କର  ଉଚ୍ଚକୋଟିର  ଗବେଷଣା  ଦିଗରେ ଜୀବନ ବ୍ୟାପୀ  ସାଧନାର  ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ  ଓଡିଆ  ସମ୍ମାନରେ  ସମ୍ମାନିତ  କରିବେ ମୁଖ୍ଯମନ୍ତ୍ରୀ । ଦେବୀପ୍ରସନ୍ନଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି। ଭାରତର ଜଣେ ବିଶିଷ୍ଟ  ବିଦ୍ୱାନ  ଓ  ଭାଷାବିତ୍  ଭାବରେ  ଦେବୀପ୍ରସନ୍ନଙ୍କର ବେଶ୍  ନାଁ ରହିଛି । ଭାରତୀୟ ଭାଷା  ପ୍ରତିଷ୍ଠାନର ପ୍ରତିଷ୍ଠାତା  ନିର୍ଦ୍ଦେଶକ  ଭାବରେ ସେ ଅନେକ  ସୁନାମ  ଅର୍ଜନ  କରିଛନ୍ତି ।

ଭାରତୀୟ  ଭାଷା   ସମୂହର  ବିକାଶ  ଦିଗରେ  ତାଙ୍କର   ସମର୍ପିତ  ଉଦ୍ୟମ  ପାଇଁ  ତାଙ୍କୁ  ପଦ୍ମଶ୍ରୀ  ସମ୍ମାନରେ  ସମ୍ମାନିତ କରିଛନ୍ତି ଭାରତ ସରକାର । ସେହିପରି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ  ଦିଗରେ ଡକ୍ଟର ପଟ୍ଟନାୟକଙ୍କ  ବହୁମୂଲ୍ୟ  ଅବଦାନ ରହିଛି । ରାଜ୍ଯ ସରକାରଙ୍କ ଦ୍ୱାରା  ଗଠିତ କମିଟି ସର୍ବସମ୍ମତି କ୍ରମେ  ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ  କରିଥିଲେ ।

Leave A Reply

Your email address will not be published.