ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

0

ଭୁବନେଶ୍ବର: ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ପାଇବେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ । ଦେବୀପ୍ରସନ୍ନଙ୍କୁ ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ବିଶ୍ଵ ଓଡିଆ  ଭାଷା ସମ୍ମିଳନୀ ଅବସରରେ ତାଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ  ସମ୍ମାନିତ କରାଯିବ। ଓଡ଼ିଆ  ଭାଷା  ଉପରେ ତାଙ୍କର  ଉଚ୍ଚକୋଟିର  ଗବେଷଣା  ଦିଗରେ ଜୀବନ ବ୍ୟାପୀ  ସାଧନାର  ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ  ଓଡିଆ  ସମ୍ମାନରେ  ସମ୍ମାନିତ  କରିବେ ମୁଖ୍ଯମନ୍ତ୍ରୀ । ଦେବୀପ୍ରସନ୍ନଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି। ଭାରତର ଜଣେ ବିଶିଷ୍ଟ  ବିଦ୍ୱାନ  ଓ  ଭାଷାବିତ୍  ଭାବରେ  ଦେବୀପ୍ରସନ୍ନଙ୍କର ବେଶ୍  ନାଁ ରହିଛି । ଭାରତୀୟ ଭାଷା  ପ୍ରତିଷ୍ଠାନର ପ୍ରତିଷ୍ଠାତା  ନିର୍ଦ୍ଦେଶକ  ଭାବରେ ସେ ଅନେକ  ସୁନାମ  ଅର୍ଜନ  କରିଛନ୍ତି ।

ଭାରତୀୟ  ଭାଷା   ସମୂହର  ବିକାଶ  ଦିଗରେ  ତାଙ୍କର   ସମର୍ପିତ  ଉଦ୍ୟମ  ପାଇଁ  ତାଙ୍କୁ  ପଦ୍ମଶ୍ରୀ  ସମ୍ମାନରେ  ସମ୍ମାନିତ କରିଛନ୍ତି ଭାରତ ସରକାର । ସେହିପରି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ  ଦିଗରେ ଡକ୍ଟର ପଟ୍ଟନାୟକଙ୍କ  ବହୁମୂଲ୍ୟ  ଅବଦାନ ରହିଛି । ରାଜ୍ଯ ସରକାରଙ୍କ ଦ୍ୱାରା  ଗଠିତ କମିଟି ସର୍ବସମ୍ମତି କ୍ରମେ  ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ  କରିଥିଲେ ।

Leave A Reply

Your email address will not be published.