ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଅଚଳ ହେବ ‘ପେ-ଟିଏମ’

0

ନୂଆଦିଲ୍ଲୀ: ଦେଶର ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ। କିନ୍ତୁ ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ଏଥିରେ ଥିବା ସଂଚୟକୁ ଆପଣ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିପାରିବେ । ମାତ୍ର ସଂଚୟ ଶେଷ ହୋଇଯିବା ପରେ ଆଉ ଜମା କରିପାରିବେ ନାହିଁ ।

ଫେବ୍ରୁଆରୀ ୨୯ ପରଠୁ ‘ପେ-ଟିଏମ’ରେ ହୋଇପାରିବନି ଡିପୋଜିଟ୍ ଓ କାମ ଦେବନି ୱାଲେଟ ବ୍ୟବସ୍ଥା। ତେବେ ‘ପେ-ଟିଏମ’ରେ ଥିବା ଗ୍ରାହକଙ୍କ ଟଙ୍କା ସରିବା ଯାଏ ଏହାକୁ ସେ ବ୍ୟବହାର କରିପାରିବେ। ଆରବିଆଇ ଜାରି କରିଥିବା ଗାଇଡଲାଇନକୁ ପାଳନ କରୁ ନଥିବାରୁ ‘ପେ-ଟିଏମ’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେଣୁ ଫେବ୍ରୁଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ କିମ୍ବା ଫାସଟ୍ୟାଗ କୌଣସି ଉପାୟରେ ବି ପେ-ଟିଏମ ଗ୍ରାହକଙ୍କ ଠାରୁ ଟଙ୍କା ଗ୍ରହଣ କରିବ ନାହିଁ । ଆଉ କୌଣସ ନୂଆ ଗ୍ରାହକ ମଧ୍ୟ ପେ-ଟିଏମ ସହ ଯୋଡିହେବେ ନାହିଁ ।

Leave A Reply

Your email address will not be published.