ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ବିଶିଷ୍ଟ ଚଳଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ

0

ଭୁବନେଶ୍ବର: ପଦ୍ମଶ୍ରୀ ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ସାଧୁ ମେହେରଙ୍କ ପରଲୋକ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ନେଇ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାଧୁ ମେହେର ୨୮ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୬୯ରେ ଭୁବନସୋମ୍ ଜରିଆରେ ସାଧୁ ଫିଲ୍ମ ଦୁନିଆକୁ ପ୍ରଥମେ ପ୍ରବେଶ କରିଥିଲେ। ପାଖାପାଖି ୬ ଦଶକର ଅଭିନୟ ଯାତ୍ରାରେ ସେ ପ୍ରାୟ ୨୭ ଫିଲ୍ମରେ ଅଭିନୟ କରିଥିଲେ ଓ ୫ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ୧୯୭୭ରେ ଅଭିମାନ ନିର୍ଦ୍ଦେଶନା ଦେବାର ୨୦ ବର୍ଷ ପରେ ୧୯୯୫ରେ ଶେଷ ଥର ପାଇଁ ଗୋପରେ ବଢୁଛି ମୋ କଳା କହ୍ନେଇ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

ବିଶିଷ୍ଟ ଚଳଚିତ୍ର ଅଭିନେତା ସାଧୁମେହେରଙ୍କର ଦେହାନ୍ତ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ। ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.