ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

0

ଭୁବନେଶ୍ୱର : ନର୍ସମାନେ ତ୍ୟାଗ ଓ ସେବାର ପ୍ରତୀକ । ତାଙ୍କ ଉପରେ ମଣିଷର ଜୀବନ ନିର୍ଭର କରେ। ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରିବା ଜରୁରୀ। ଡାକ୍ତର ଓ ନର୍ସ ଗୋଟିଏ ମୁଦ୍ରା ର ଦୁଇଟି ପାଶ୍ୱର୍ ସଦୃଶ ବୋଲି ଓଡିଶା ନର୍ସିଂ ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ କହିଛନ୍ତି । ସଦା ସର୍ବଦା ନିଜର କାମକୁ ସଠିକ୍ ଭାବରେ ତୁଲାଇବା ଜରୁରୀ ବୋଲି ସେ କହିଥିଲେ ।

ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) ର ନବାଗତ ତଥା ୨୦୨୩-୨୪ ବ୍ୟାଚ୍‌ର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀ ମାନଙ୍କ ପ୍ରଦୀପ୍ତ ପ୍ରଜ୍ୱଳନ, ଶପଥ ଗ୍ରହଣ ତଥା କଲେଜର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର ରାଉତ ତାଙ୍କର ମନ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା କହିଥିଲେ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି । ଏଥି ସହିତ ସେ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବର୍ତମାନ ପୁଅ ଓ ଝିଅ ମାନଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ । ଉଭୟ ଏହି ପାଠପଢା କୁ ନିଜ ଇଚ୍ଛାରେ ଚୟନ କରି ଏହାକୁ ନିଜର ବୃତି ଭାବେ ଗ୍ରହଣ କରୁଛନ୍ତି । ଆମେ ସବୁବେଳେ ଡାକ୍ତରଙ୍କୁ ନିଜର ପାଖରେ ପାଇ ନଥାଉ କିନ୍ତୁ ଦ୍ୱିତୀୟ ଡାକ୍ତର ସଦୃଶ ନର୍ସଙ୍କୁ ଆମେ ନିଜ ପାଖରେ ପାଇଥାଉ । ରୋଗୀଟିର ସେବାରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥାନ୍ତି ନର୍ସ । ତେଣୁ ଗୋଟିଏ ରୋଗୀର ଜୀବନରେ ନର୍ସ ମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ନର୍ସିଂ ଡେପୁଟି ନିର୍ଦ୍ଦେଶକ ଶ୍ରୀମତି ରାଜେଶ୍ୱରୀ ପଣ୍ଡା ମଧ୍ୟ ଯୋଗଦେଇ କହିଥିଲେ ଯେ କ୍ଲାସ୍ ରୁମ୍ ପାଠ ସହ କ୍ଲିନିକାଲ୍ ଶିକ୍ଷାର ମଧ୍ୟ ଅନେକ ଗୁରୁତ୍ୱ ରହିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋଗୀଟି ସୁସ୍ଥ ହେବା ପଛରେ କେବଳ ଔଷଧ ମୁଖ୍ୟ ନୁହେଁ ବରଂ ନର୍ସମାନଙ୍କ ସେବା, ଯତ୍ନ ଓ ଭଲ ପାଇବା ଅତ୍ୟନ୍ତ ଆବଶ୍ୟକ ପଡିଥାଏ । ନର୍ସଟି କିପରି ସାବଧାନତାର ସହ ରୋଗୀ ସେବା କରିବା ଜରୁରୀ ଏଥି ପ୍ରତି ସେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଅବସରରେ ଆସୋସିଏଟ୍ ପ୍ରଫେସର ଦେବଜାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଏସ୍‌ଏନ୍‌ସିର ଡିନ୍ ପ୍ରଫେସର (ଡାକ୍ତର) ପ୍ରଭାତୀ ତ୍ରିପାଠୀ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଡିସ୍‌ନାଲ୍ ଡିନ୍ ତଥା ପ୍ଲେସ୍‌ମେଂଟର ପ୍ରଫେସର ତପତି ଶାହା ବକ୍ତବ୍ୟ ରଖିଥିଲେ ଏବଂ ସମ୍ନ ର୍ସିଂ କଲେଜ (ଏସ୍‌ଏନ୍‌ସି) ଆସିଷ୍ଟାଂଟ ପ୍ରଫେସର ମଧୁସ୍ମିତା ନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.