ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ପଞ୍ଚଭୂତରେ ବିଲୀନ ହେଲେ ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓ

0

ଖଲ୍ଲିକୋଟ: ପଞ୍ଚଭୂତରେ ବିଲୀନ ହେଲେ ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓ। ସରିଲା ପୂର୍ବତନ ବିଧାୟିକା ତଥା ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ। ଖଲ୍ଲିକୋଟ ରାଜବାଟୀ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏଥିପାଇଁ ଜଗନ୍ନାଥ ମନ୍ଦିର ରୋଷଘରୁ ଅଗ୍ନି ଓ ଖଣ୍ଡୁଆ ପାଟ ଅଣାଯାଇଥିଲା। ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ବ୍ରାହ୍ମଣ ପରିବାର ଯୁବକ କରେସ ଚନ୍ଦ୍ର ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ।

ରାଣୀ ମା’ଙ୍କ ଶେଷକୃତ୍ଯ ସମୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କ ସହ ବହୁ ସ୍ଥାନୀୟ ନେତା ଓ ହଜାର ହଜାର ସ୍ଥାନୀୟ ବାସିନ୍ଦା ଓ ଶୁଭେଚ୍ଛୁ ଉପସ୍ଥିତ ରହି ଶେଷ ବିଦାୟ ଜଣାଇଥିଲେ।

ସୂଚନାଯୋଗ୍ୟ, ଗତକାଲି ସକାଳେ ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆସୁ ଲେଖିକା, ଷ୍ଟାମ୍ପ ସଂଗ୍ରାହକ ଥିଲେ । ୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ବହୁବର୍ଷ ଆଗରୁ ଆରପାରିକୁ ଚାଲି ଯାଇଥିଲେ । ୧୯୬୧ ମସିହାରେ ଭି. ସୁଜ୍ଞାନ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।  ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ। ସେ ଥିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ।

Leave A Reply

Your email address will not be published.