ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଲୋକାର୍ପିତ ହେଲା ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ

0

ବାଲେଶ୍ବର: ସ୍ବପ୍ନର ପ୍ରକଳ୍ପ ମନ୍ମଥ- ମନୋଜ ସ୍ମାରକୀକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀର ରୂପ ଦିଆଯାଇଛି। ବାଲେଶ୍ୱର ସଂଖାରୀରେ ପ୍ରତିଷ୍ଠା ହୋଇଥିବା ଏହି ସ୍ମାରକୀସ୍ଥଳ ଦେଖିବାକୁ ଯେତିକି ସୁନ୍ଦର, ସେତିକି ଆକର୍ଷଣୀୟ ଏଠାକାର ମ୍ଯୁଜିୟମ ରହିଛି । ଏଠାରେ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲିଖିତ ପୁସ୍ତକକୁ ସାଇତି ରଖାଯାଇଥିବା ବେଳେ ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ସୁନ୍ଦର ଫଟୋଚିତ୍ର ଲଗାଯାଇଛି। ଏହାଛଡ଼ା ଦୁଇ ବରପୁତ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସହିତ ସୁନ୍ଦର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

ଏହି ସ୍ମାରକୀସ୍ଥଳରେ ବଡ଼ଭାଇ ଐତିହାସିକ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲିଖିତ ପୁସ୍ତକକୁ ସାଇତି ରଖାଯାଇଥିବା ବେଳେ ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ସୁନ୍ଦର ଫଟୋଚିତ୍ର ଲଗାଯାଇଛି। ଏହାଛଡ଼ା ଦୁଇ ବରପୁତ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସହିତ ସୁନ୍ଦର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ପୈତୃକ ବାସଭବନ, କୁଳଦେବତାଙ୍କ ମନ୍ଦିର ଓ ପୁରୁଣା ପୋଖରୀର ପୁନରୁଦ୍ଧାର କରାଯିବା ସହିତ ମୁକ୍ତାକାଶ ରଙ୍ଗମଞ୍ଚ, ଦୁଇ ମହଲା ଧ୍ୟାନଘର, ଦର୍ଶକ ଗ୍ୟାଲେରି, ସୁନ୍ଦର ଘାସ ଗାଲିଚା ସହିତ ଫୁଲବଗିଚା ନିର୍ମାଣ କରାଯାଇଛି। ଏହା ଲୋକାର୍ପଣ ପରେ ଭୋଗରାଇ ବିଶ୍ବର କୋଣଅନୁକୋଣରେ ଐତିହାସିକ, ସାହିତ୍ୟ ସାଧକ ଓ ଗବେଷକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

Leave A Reply

Your email address will not be published.