ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଲୋକାର୍ପିତ ହେଲା ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ

0

ବାଲେଶ୍ବର: ସ୍ବପ୍ନର ପ୍ରକଳ୍ପ ମନ୍ମଥ- ମନୋଜ ସ୍ମାରକୀକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀର ରୂପ ଦିଆଯାଇଛି। ବାଲେଶ୍ୱର ସଂଖାରୀରେ ପ୍ରତିଷ୍ଠା ହୋଇଥିବା ଏହି ସ୍ମାରକୀସ୍ଥଳ ଦେଖିବାକୁ ଯେତିକି ସୁନ୍ଦର, ସେତିକି ଆକର୍ଷଣୀୟ ଏଠାକାର ମ୍ଯୁଜିୟମ ରହିଛି । ଏଠାରେ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲିଖିତ ପୁସ୍ତକକୁ ସାଇତି ରଖାଯାଇଥିବା ବେଳେ ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ସୁନ୍ଦର ଫଟୋଚିତ୍ର ଲଗାଯାଇଛି। ଏହାଛଡ଼ା ଦୁଇ ବରପୁତ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସହିତ ସୁନ୍ଦର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

ଏହି ସ୍ମାରକୀସ୍ଥଳରେ ବଡ଼ଭାଇ ଐତିହାସିକ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲିଖିତ ପୁସ୍ତକକୁ ସାଇତି ରଖାଯାଇଥିବା ବେଳେ ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ସୁନ୍ଦର ଫଟୋଚିତ୍ର ଲଗାଯାଇଛି। ଏହାଛଡ଼ା ଦୁଇ ବରପୁତ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସହିତ ସୁନ୍ଦର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ପୈତୃକ ବାସଭବନ, କୁଳଦେବତାଙ୍କ ମନ୍ଦିର ଓ ପୁରୁଣା ପୋଖରୀର ପୁନରୁଦ୍ଧାର କରାଯିବା ସହିତ ମୁକ୍ତାକାଶ ରଙ୍ଗମଞ୍ଚ, ଦୁଇ ମହଲା ଧ୍ୟାନଘର, ଦର୍ଶକ ଗ୍ୟାଲେରି, ସୁନ୍ଦର ଘାସ ଗାଲିଚା ସହିତ ଫୁଲବଗିଚା ନିର୍ମାଣ କରାଯାଇଛି। ଏହା ଲୋକାର୍ପଣ ପରେ ଭୋଗରାଇ ବିଶ୍ବର କୋଣଅନୁକୋଣରେ ଐତିହାସିକ, ସାହିତ୍ୟ ସାଧକ ଓ ଗବେଷକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

Leave A Reply

Your email address will not be published.