ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

୨୦୨୪ ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

0

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ୧୯୫ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।ବାରଣାସୀରୁ ତୃତୀୟଥର ଲାଗି ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୯୫ ଆସନରୁ ଘୋଷଣା କଲା ବିଜେପି।  ପ୍ରଥମ ପ୍ରାର୍ଥୀ ତାଲିକାରେ ୫୭ ଓବିସି ପ୍ରାର୍ଥୀଙ୍କୁ ଟିକେଟ। ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।

ସୂଚନାଯୋଗ୍ୟ: ଆଜି ଘୋଷଣା କରାଯାଇଥିବା ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି। ଉତ୍ତରପ୍ରଦେଶର ବାରାଣସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯୫ଟି ସିଟ୍ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ଟି, ପଶ୍ଚିମବଙ୍ଗରୁ ୨୬, ମଧ୍ୟପ୍ରଦେଶରୁ ୨୪, ଗୁଜରାଟରୁ ୧୫, ରାଜସ୍ଥାନରୁ ୧୫, ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ ପ୍ରତ୍ୟେକ ରାଜ୍ୟରୁ ୧୧ଟି ଲେଖାଏଁ ଆସନ, ତେଲେଙ୍ଗାନାରୁ ୯, ଦିଲ୍ଲୀରୁ ୫, ଜାମ୍ମୁ କାଶ୍ମୀରରୁ ୨, ଉତ୍ତରାଖଣ୍ଡରୁ ୩, ଅରୁଣାଚଳପ୍ରଦେଶରୁ ୨ଟି, ଗୋଆ, ତ୍ରିପୁରା, ଆଣ୍ଡାମାନ ନିକୋବର, ଡାମନ ଡିଓ ଏ ସବୁ ସ୍ଥାନରୁ ଗୋଟିଏ ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ତାଲିକାରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ କୌଣସି ପ୍ରାର୍ଥୀ ପାଇଁ ଘୋଷଣା ହୋଇନାହିଁ।

ତେବେ ମଧ୍ଯପ୍ରଦେଶ ବିଦିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ଗୁନାରୁ ଜ୍ଯୋତିରାଜ ସିନ୍ଧିଆ, ମଣ୍ଡଲାରୁ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ନିର୍ବାଚନ ଲଢିବେ। ଉତ୍ତରପ୍ରଦେଶ ଲକ୍ଷ୍ମୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମଥୁରାରୁ ହେମାମାଳିନୀ, ଆମେଥିରୁ ସ୍ମୃତି ଇରାନୀ, ଫତେପୁରରୁ ସାଧ୍ବୀ ନିରଞ୍ଜନ ଜ୍ଯୋତି, ଖେରିରୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ବିଜେପି ତାଲିକାରେ ସ୍ଥାନ ପାଇଛନ୍ତି।

ସେହିପରି ଗୁଜରାଟ ଗାନ୍ଧୀନଗରରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୋରବନ୍ଦର ଇଷ୍ଟରୁ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ ପାଇଛନ୍ତି ଦଳୀୟ ଟିକେଟ। ରାଜସ୍ଥାନ କୋଟାରୁ ଲୋକସଭା ବାଚସ୍ପତି ଓମ ବିରଲା, ଅଲୱାରରୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ବିକାନିରରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ ନିର୍ବାଚନ ଲଢିବେ। ଝାଡ଼ଖଣ୍ଡ ଖୁଣ୍ଟିରୁ ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜାମ୍ମୁ ଓ କାଶ୍ମୀର ଉଦ୍ଧମପୁରରୁ ଜିତେନ୍ଦ୍ର ସିଂ, ନର୍ଥ ଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ, ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନୂଆଦିଲ୍ଲୀରୁ ବାଂସୁରୀ ସ୍ବରାଜଙ୍କୁ ମିଳିଛି ଟିକେଟ।

ଛତିଶଗଡ଼ ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଅରୁଣାଚଳ ୱେଷ୍ଟରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଆସାମ ଦିବ୍ରୁଗଡ଼ରୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ,
କେରଳ ଥିରୁବନନ୍ତପୁରମରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ତ୍ରିପୁରା ୱେଷ୍ଟରୁ ବିପ୍ଳବ ଦେବ, ତେଲଙ୍ଗାନା ସିକନ୍ଦରାବାଦରୁ କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡୀଙ୍କୁ ଦଳ ଦେଇଛି ଟିକେଟ। ପ୍ରଥମ ପର୍ଯ୍ୟାୟରେ ୩୪କେନ୍ଦ୍ରମନ୍ତ୍ରୀଙ୍କୁ ଏବଂ ୪୭ଯୁବକ, ୨୮ମହିଳାଙ୍କୁ ମିଳିଛି ଟିକେଟ୍ ।

Leave A Reply

Your email address will not be published.